ପ୍ରେମିକକୁ ଭେଟିବାରୁ ନାବାଳିକାକୁ ପିଟିଲେ ଭାଇ ଓ ସାଙ୍ଗ । ଜରିମାନା ପାଇଁ ପ୍ରେମିକ ସାଜିଲା ଦାଦନ….ନବରଙ୍ଗପୁରରୁ ଆସିଲା ଅମାନବୀୟ ଅତ୍ୟାଚାର ଦୃଶ୍ୟ

1,929

କନକ ବ୍ୟୁରୋ : ପ୍ରେମ ପାଇଁ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର । ଆଉ ଜରିମାନା ପାଇଁ ପ୍ରେମିକ ସାଜିଲା ଦାଦନ ।ନାବାଳିକାକୁ ମାଡ଼ ମାରି ଭିଡି଼ଓ ଭାଇରାଲ କରିଛନ୍ତି କିଛି ଯୁବକ । ଝିଅଟି ଗାଁ ପାଖର ଏକ ଅନ୍ୟ ଜାତିର ପୁଅକୁ ଭଲ ପାଉଥିବାରୁ ତାକୁ ଏପରି ମାଡ଼ ମରାଯଇଥିବା ଜଣାପଡ଼ିଛି । ପ୍ରାୟ ଅଢେଇ ମାସ ତଳେ ଏହି ଘଟଣା ଘଟିଥିବା ବେଳେ ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ଘଟଣା ଘଟିବା ପରେ ଗାଁ ବସିଥିଲା କଙ୍ଗାରୁ କୋର୍ଟ । ପ୍ରେମିକାକୁ ହାଜର କରି ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଏହି ଟଙ୍କା ଯୋଗାଡ଼ ପାଇଁ ଗାଁ ଛାଡ଼ି ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଛନ୍ତି ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଉଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଂଚାୟତର କାଣ୍ଡିତରା ଗାଁରେ ।