ପାହାଡ ଉପରେ ଝାଡୁ ଚାଷ । କୋରାପୁଟ ସେମିଳିଗୁଡା ଲୋକଙ୍କ ପାଇଁ ପାଲଟିଲା ରୋଜଗାରର ନୂଆ ମାଧ୍ୟମ । ବଜାରରେ ଭଲ ବିକ୍ରି, ପ୍ରୋତ୍ସାହନକୁ ଅପେକ୍ଷା

199

କନକ ବ୍ୟୁରୋ : ଘରେ ଆପଣ ବ୍ୟବହାର କରୁଥିବା ଝାଡୁ ବି ଅନେକଙ୍କୁ ରୋଜଗାର ଦେଇପାରେ । କାରଣ କୋରାପୁଟରୁ ଆସିଥିବା ଏହି ଖବର ତାହା ପ୍ରମାଣିତ କରିଛି । ପାହାଡ ଉପରେ ଝାଡୁ ଚାଷ କରି ଗୁଜୁରାଣ ମେଂଟାଉଛନ୍ତି କୋରାପୁଟ ଜିଲ୍ଳା ସେମିଳିଗୁଡ଼ା ବ୍ଳକ୍ର ଉପର କାଟିଂ ପଚାଂୟତର ଲୋକେ ।

ସକାଳ ପାହିଲେ ପ୍ରତ୍ୟେକ ଘରେ ଝାଡ଼ୁର ଆବଶ୍ୟକତା ପଡ଼ିଥାଏ । ଝାଡୁ ଅନେକ ପ୍ରକାରର ଥିଲେ ବି ପ୍ରାୟତଃ ସବୁ ଘରେ ଫୁଲ ଝାଡୁର ବ୍ୟବହାର ହୋଇଥାଏ । ଜଙ୍ଗଲରୁ ମିଳୁଥିବା ଏହି ଝାଡ଼ୁକୁ ବି ଚାଷ କରିହେବ । ଏକଥା ଶୁଣିଲେ ହୁଏତ ଟିକେ ଅଡୁଆ ଲାଗୁଥାିପାରେ କିନ୍ତୁ ଏହାକୁ ବି ଚାଷ କରିବା ସମ୍ଭବ । ଆଉ ଏଥିରୁ ଅଳ୍ପ ସମୟରେ ଅଧିକା ଲାଭ ମଧ୍ୟ ପାଇ ପାଇହେବ । ଏଭଳି ଏକ ଚାଷ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାର ସେମିଳିଗୁଡ଼ା ବ୍ଳକ୍ର ଉପର କାଟିଂ ପଚାଂୟତରେ ।

ଚାରିଆଡ଼େ ପାହାଡ଼ ମଝିରେ ଗାଁ । କିଏ ଝାଡ଼ୁ ସଜାଡ଼ୁଛି ତ କିଏ ଶୁଖାଉଛି ତ ଆଉ କିଏ ବିଡ଼ା ବାନ୍ଧିବାରେ ବ୍ୟସ୍ତ । କାହା ଉପରେ ନିର୍ଭର ନ କରି ନିଜେ ଚାଷ କରିଥିବା ଚାଷକୁ ନିଜେ ଅମଳ କରି ବଜାରକୁ ବିକିବା ପାଇଁ କରୁଛନ୍ତି ପ୍ରସ୍ଥୁତ । ଗାଁରେ ମାତ୍ର ୨୦୦ ପରିବାର । ଚାଷ ଜମି କହିଲେ ପାହାଡ଼ । ପଥରର ହିଡରେ କରୁଛନ୍ତି ଚାଷ ।

ଏହି ଚାଷ ଏବେ ଏମାନଙ୍କ୍ୁ ଦେଇଛି ରୋଜଗାର । ଝାଡ଼ୁ କିଣିବା ପାଇଁ ମଧ୍ୟ ବ୍ୟବସାୟୀ ଭିଡ଼ ମଧ୍ୟ ଜମୁଛି । ଏହାକୁ କିଲୋ ହିସାବରେ ବିକ୍ରୀ କଲେ ୨୦ ଟଙ୍କାରେ ଆଉ ଗୋଟା ହିସାବରେ ବିକ୍ରୀ କଲେ ୨୦ ରୁ ୩୦ ଟଙ୍କାରେ । । ଯଦି କିଛି ବଳେ କୁନ୍ଦୁଲି ହାଟ ବା ସେମିଳିଗୁଡ଼ାକୁ ବିକ୍ରୀ କରିବାକୁ ନେଇଯାହାନ୍ତି । ଏହି ବ୍ୟବସାୟରୁ ବର୍ଷକୁ ଜଣକ ପରିବାର ପିଛା ୨୦ ରୁ ୩୦ ହଜାର ଟଙ୍କା ଆଦାୟ କରିଥାନ୍ତି ।

ସହର କହିଲେ ୩୦ କିମି ଦୁର । ପାହାଡ଼ ଉପରେ ରହୁଥିବା ଏହି ଗ୍ରାମ ମାଓ ଅଚଂଳ ରୁପେ ପରିଚିତ । କିଏ ଧାନ ଚାଷ କରୁଛି ତ କିଏ ପନିପରିବା ହେଲେ ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ  ନିଜେ ବାଛିଲେ ନିଜ ଜୀବିକା । ପାହାଡ଼ିଆ ଜଙ୍ଗଲରେ ରହୁଥିବା ଏହି ମଣିଷ ନିଜେ ଜଙ୍ଗଲରେ ମିଳୁଥିବା ଫୁଲ ଝାଡ଼ୁକୁ ବିହନ ରୁପେ ସଂଗ୍ରହ କରି ନିିଜେ ଆରମ୍ଭ କଲେ ଚାଷ । ଆଉ ଏହି ଚାଷ ପାଇଁ କାହାରିଠାରୁ ଟଙ୍କାଟିଏ ବି ସହାୟତା କି ଶିକ୍ଷା ପାଇ ନାହାନ୍ତି ।

ଏମାନେ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ଏମାନଙ୍କ ଭାଷା କୁଇ । ଖାଦ୍ୟ ପ୍ରଣାଳି କହିଲେ ମାଣ୍ଡିଆ ତମ୍ପା । ଏହି ଗାଁର ଫୁଲ ଝାଡ଼ୁ ଚାଷକୁ ଦେଖି ଆଖ ପାଖ ଅଚଂଳରେ ଗିତା ମଞାରି, ବଡ଼ ମଞରୀ, ପୁଟସିଲ ଗ୍ରାମର ମହିଳା ମାନେ ମଧ୍ୟ ଏବେ ଏହି ଚାଷ କୁ ଆପଣାଇଲେଣି । ଅନ୍ୟ ଚାଷ ଭଳି ଏହି ଚାଷକୁ ବି ସରକାର ସୁବିଧା ସୁଯୋଗ କରନ୍ତେ ତାହାହେଲ ଏମାନଙ୍କ ଜୀବନ ଶୈଳି ଆହୁରି ଉନ୍ନତି ହୋଇପାରନ୍ତା