ନକଲି କମ୍ପାନୀ ଖୋଲି ଟଙ୍କା ଲୁଟିନେଲେ ଦଲାଲ: ଲୋନ ଆକାରରେ ଠକିନେଲେ ୧୦ ଲକ୍ଷ ଟଙ୍କା 

102

କନକ ବ୍ୟୁରୋ: ନକଲି କମ୍ପାନି, ଜାଲ କାଗଜ ପତ୍ର ଦେଖାଇ ଟଙ୍କା ଠକିନେଲେ ଦୁର୍ବୃତ । ରାଜଧାନୀରେ ନକଲି କମ୍ପାନୀ ଖୋଲି ଜଣେ ବ୍ୟକ୍ତିଙ୍କ ଜାଲ ଡକ୍ୟୁମେଂଟସ ପ୍ରସ୍ତୁତ କରି ଋଣ ଭାବେ ବଜାଜ ଫାଇନାନର୍ସକୁ ୧୦ଲକ୍ଷ ଟଙ୍କାର ଚୁନା ଲଗେଇଥିଲେ । ଏନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଦଲାଲ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଗିରଫ ଅଭିଯୁକ୍ତଙ୍କ ପାଖରୁ ନଗର ୨ ଲକ୍ଷ ୧୭ ହଜାର ଟଙ୍କା ସହ ଲାପଟପ୍ ଏବଂ ଜାଲ କାଗତପତ୍ର ଜବତ କରିଛି । ଅଭିଯୋଗ ଅନୁସାରେ ନ୍ୟାସନାଲ ସେଂଟର ଫର ଏନର୍ଜୀ ମ୍ୟାନେଜମେଂଟ ନାମକ ଏକ ଠକ ସଂସ୍ଥା  ଦଲାଲ ସନ୍ତୋଷ ସାମଲ ଜରିଆରେ ଟଙ୍କା ଠକେଇର ଯୋଜନା କରିଥିଲେ । ଭରତ ଲେଙ୍କା ନାମକ ବ୍ୟକ୍ତିଙ୍କ ଜାଲ କାଗଜପତ୍ର ତିଆରି କରି ବଜାଜ ଫାଇନାନର୍ସଠୁ ୧୦ ଲକ୍ଷ ଟଙ୍କା ରୁଣ ଉଠାଇଥିଲେ ।

ତେବେ ଲୋନ କରେଇ ଦେଇଥିବାରୁ ସୁନନ୍ଦା ସାମଲ ନାମକ ବ୍ୟକ୍ତି ୧୦ ଲକ୍ଷ ଟଙ୍କାରୁ ୨ଲକ୍ଷ ୧୭ ହଜାର ଟଙ୍କା ଭାଗ ପାଇଥିଲେ । ଅଭିଯୋଗ ହେବା ପରେ ନୟାପଲ୍ଲୀ ଥାନା ପୁଲିସ ଖୋଳତାଡ କରି ଦଲାଲ ସନ୍ତୋଷ, ସୁନନ୍ଦାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।