କନକ ବ୍ୟୁରୋ: ନକଲି କମ୍ପାନି, ଜାଲ କାଗଜ ପତ୍ର ଦେଖାଇ ଟଙ୍କା ଠକିନେଲେ ଦୁର୍ବୃତ । ରାଜଧାନୀରେ ନକଲି କମ୍ପାନୀ ଖୋଲି ଜଣେ ବ୍ୟକ୍ତିଙ୍କ ଜାଲ ଡକ୍ୟୁମେଂଟସ ପ୍ରସ୍ତୁତ କରି ଋଣ ଭାବେ ବଜାଜ ଫାଇନାନର୍ସକୁ ୧୦ଲକ୍ଷ ଟଙ୍କାର ଚୁନା ଲଗେଇଥିଲେ । ଏନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଦଲାଲ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଗିରଫ ଅଭିଯୁକ୍ତଙ୍କ ପାଖରୁ ନଗର ୨ ଲକ୍ଷ ୧୭ ହଜାର ଟଙ୍କା ସହ ଲାପଟପ୍ ଏବଂ ଜାଲ କାଗତପତ୍ର ଜବତ କରିଛି । ଅଭିଯୋଗ ଅନୁସାରେ ନ୍ୟାସନାଲ ସେଂଟର ଫର ଏନର୍ଜୀ ମ୍ୟାନେଜମେଂଟ ନାମକ ଏକ ଠକ ସଂସ୍ଥା ଦଲାଲ ସନ୍ତୋଷ ସାମଲ ଜରିଆରେ ଟଙ୍କା ଠକେଇର ଯୋଜନା କରିଥିଲେ । ଭରତ ଲେଙ୍କା ନାମକ ବ୍ୟକ୍ତିଙ୍କ ଜାଲ କାଗଜପତ୍ର ତିଆରି କରି ବଜାଜ ଫାଇନାନର୍ସଠୁ ୧୦ ଲକ୍ଷ ଟଙ୍କା ରୁଣ ଉଠାଇଥିଲେ ।
ତେବେ ଲୋନ କରେଇ ଦେଇଥିବାରୁ ସୁନନ୍ଦା ସାମଲ ନାମକ ବ୍ୟକ୍ତି ୧୦ ଲକ୍ଷ ଟଙ୍କାରୁ ୨ଲକ୍ଷ ୧୭ ହଜାର ଟଙ୍କା ଭାଗ ପାଇଥିଲେ । ଅଭିଯୋଗ ହେବା ପରେ ନୟାପଲ୍ଲୀ ଥାନା ପୁଲିସ ଖୋଳତାଡ କରି ଦଲାଲ ସନ୍ତୋଷ, ସୁନନ୍ଦାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/37-12.jpg)