ଅପରେସନ ଦଲାଲଗିରି ପାର୍ଟ-୨ । ସାମ୍ବାଦିକ ନାଁରେ ଦଲାଲ ଆସି ମାଗୁଥିଲେ ୧ ଲକ୍ଷ ଟଙ୍କା ବଟି । ସିସିଟିଭ ଫୁଟେଜ ଆଧାରର ତଦନ୍ତ କରୁଛି ତମାଣ୍ଡୋ ପୁଲିସ

113

କନକ ବ୍ୟୁରୋ : ରାଜଧାନୀରେ ସାମ୍ବାଦିକର ପରିଚୟ ଦେଇ ଦଲାଲ ଓ ଦୁର୍ବୃତମାନେ ଲୁଟପାଟ କରୁଛନ୍ତି । ତମାଣ୍ଡୋ ଅଂଚଳର ଲକ୍ଷ୍ମୀ ଫୁଡ ପ୍ରଡକ୍ଟର ମାଲିକ ଯତୀନ କୁମାର ସାହୁଙ୍କୁ ଧମକ ଚମକ ଦେଇ ୧ଲକ୍ଷ ଟଙ୍କା ବଟି ନେଇଛନ୍ତି ଦୁର୍ବୃତମାନେ । ଏନେଇ ଥାନାରେ ଯତୀନ ସାହୁ ଲିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀ ଫୁଡ ପ୍ରଡକ୍ସନ ହାଉସରେ ପହଂଚି ତଦନ୍ତ ଆରମ୍ଭ କରିଛି ତମାଣ୍ଡୋ ପୁଲିସ । କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଜବତ ଫୁଟେଜ ଆଧାରରେ ପୁଲିସ ତଦନ୍ତ ଚଳାଇଛି ।

କଂପାନୀ ମାଲିକ କହିଛନ୍ତି, ଦୁଇ ଜଣ ସାମ୍ବାଦିକ ବେଶରେ ବୁମ ଧରି ଆସିଥିଲେ, ଆଉ ୨ ଜଣ କ୍ୟାମେରା ଧରିଥିଲେ । ଅପମିଶ୍ରିତ ଘିଅ ବିକ୍ରି କରୁଥିବା କହି ଟିଭିରେ ଦେଖାଇ ଦେବୁ ବୋଲି ଧମକ ଚମକ ଦେଇ ୧ଲକ୍ଷ ଟଙ୍କା ବଟି ମାଗିଥିଲେ । ଭୟରେ ଯତୀନ ସାହୁ ୧ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।

ଗତକାଲି ୬ଜଣ ଦୁର୍ବୃତ ସାମ୍ବାଦିକର ପରିଚୟ ଦେଇ ଘିଅ କାରଖାନା ମାଲିକଙ୍କୁ ବଟି ଦେବା ପାଇଁ ଧମକ ଚମକ ଦେଇଥିଲେ । ଏନେଇ ଅଭିଯୋଗ ପରେ ୬ ଜଣ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଏହି ଦୁଇଟି ଘଟଣା ପରେ ରାଜଧାନୀରେ ସାମ୍ବାଦିକ ବେଶରେ ଆସି ଦଲାଲ ଓ ଦୁର୍ବୃତମାନେ ଲୁଟ କରୁଥିବା ସ୍ପଷ୍ଟ ହୋଇଛି ।