ବ୍ରାହ୍ମଣୀ ଉପରେ ଭଙ୍ଗା ପୋଲ । ନାହିଁ ସୁରକ୍ଷା ବାଡ଼, ଖାଲଖମା ଭର୍ତ୍ତି ବ୍ରିଜ ଦେଇ ଯିବାକୁ ଡରୁଛନ୍ତି ଯାତ୍ରୀ ।

ବ୍ରାହ୍ମଣୀ ଉପରେ ଭଙ୍ଗା ପୋଲ । ନାହିଁ ସୁରକ୍ଷା ବାଡ଼, ଖାଲଖମା ଭର୍ତ୍ତି ବ୍ରିଜ ଦେଇ ଯିବାକୁ ଡରୁଛନ୍ତି ଯାତ୍ରୀ ।

କନକ ବ୍ୟୁରୋ: କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତିୟ ରାଜପଥରେ ସରାଙ୍ଗ ଠାରେ ବ୍ରାହ୍ମଣୀ ବ୍ରିଜ ରକ୍ଷାଣବେକ୍ଷଣର ଅଭାବରୁ ଏବେ ପାଲଟିଛି ମରଣଯନ୍ତା। ବ୍ରିଜ ମଝିରେ ସୃଷ୍ଟି ହୋଈଥିବା ଗର୍ତ୍ତ ସାଙ୍ଗକୁ ଭାଙ୍ଗିଗଲାଣି ସୁରକ୍ଷାବାଡ଼। ଫଳରେ ଦୂର୍ଘଟଣାକୁ ଆମନ୍ତ୍ରଣ କରୁଛି ପୋଲ। ଦୈନିକ ଶହଶହ ସଂଖ୍ୟାରେ ଗାଡି ଯାତାୟତ କରୁଥିଲେ ସୁଧା ଜାତିୟରାଜପଥର ଅଧିକାରିଙ୍କ ଦୃଷ୍ଟି ପଡୁନାହିଁ ।

ଢେଙ୍କାନାଳ କାମାକ୍ଷାନଗରରୁ ତାଳଚେର ଓ ଅନୁଗୁଳୁକୁ ଯାତାୟତର ପ୍ରମୁଖ ମାଧ୍ୟମ ହେଉଛି ବ୍ରହ୍ମାଣୀ ସେତୁ । ଅନୁଗୁଳୁ ଠାରୁ ଡୁବୁରି ଯାଏଁ ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ଆଉ ଏକ ନୂଆ ବ୍ରିଜ ତିଆରି ଚାଲିଛି । ନୂଆ ନିର୍ମାଣ ସରିନ, ପୁରୁଣା ପୋଲର ଅବସ୍ଥା ଅତିଦୟନୀୟ । ସୁରକ୍ଷାବାଡ଼ ଭାଙ୍ଗି ଗଲାଣି । ପୋଲ ଉପରେ ବଡ଼ବଡ଼ ଗାତ ହୋଇଛି। ବାଉଁଶର ବାଡ଼ ଦିଆଯାଇଛି। ଖୁଂଟ ସହ ପାଚେରି ଦୋହଲୁଛି । ପାଣି ଜମିରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ବ୍ରିଜର ୧୦୦ ମିଟର ଦୂରରେ ନବୋଦୟ ବିଦ୍ୟାଳୟ ଓ ବଡ଼ବଡ଼ ଶିକ୍ଷାନୁଷ୍ଠାନ ରହିଛି । ରାସ୍ତାଜାମ ଯୋଗୁ ଆମ୍ବୁଲାନ୍ସ ହେଉ କି ଛାତ୍ରଛାତ୍ରୀ ଯିବା ଆସିବାରେ ସମସ୍ୟା ହେଉଛି । ଜାତୀୟ ରାଜପଥ କିମ୍ବା ସେତୁ ନିଗମ ପକ୍ଷରୁ କୌଣସି ମରାମତି କାର୍ଯ୍ୟ କରାଯାଇନାହିଁ । ଦୁର୍ବଳ ସେତୁରେ ଯଦି ଅଘଟଣ ଘଟେ ତେବେ କିଏ ଏଥିପାଇଁ ଉତ୍ତରଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏସଂପର୍କରେ ବିଭାଗିୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇଥିଲେ ମଧ୍ୟ ସେ କ୍ୟାମେରା ସମୁଖରେ କୈାଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe