କନକ ବ୍ୟୁରୋ: ଆଶ୍ଚର୍ଯ୍ୟ ହେଲେ ବି ସତ । ୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ୬୦ଘଂଟାରେ ବେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ ଅର୍ଗାନାଇଜେସନ । ସପ୍ତାହେରୁ ଅଧିକ ସମୟ ଧରି ବନ୍ଦ ଥିଲା ଯାତାୟତ । ଜମ୍ମୁ ରାମବାଣ କେଲାମୋଡ ଅଂଚଳରେ ବନ୍ଦ ଥିବା ରାସ୍ତାକୁ ଖୋଲିବାର ପ୍ରୟାସ କରୁଥିବା ବର୍ଡର ରୋଡ ଅର୍ଗାନାଇଜେସନର ସୁରକ୍ଷାକର୍ମୀ ମାନେ ୬୦ଘଂଟା ଭିତରେ ବେଲି ବ୍ରିଜ ନିର୍ମାଣ କରିଛନ୍ତି । ପ୍ରାୟ ସପ୍ତାହେ ଧରି ବନ୍ଦ ଥିବା ରାସ୍ତାରେ ପୁଣି ଖୁବ ଶୀଘ୍ର ଯାତାୟତ ଆରମ୍ଭ ହେବ । ଏହି ବ୍ରିଜକୁ ନିର୍ମାଣ କରିବା ପାଇଁ ବ୍ରୋ ପକ୍ଷରୁ ୭୨ଘଂଟାର ସମୟ ମଗାଯାଇଥିଲା କିନ୍ତୁ ୬୦ଘଂଟାରେ କାମ ପୂରଣ କରିଦିଆଯାଇଛି । ଭୂସ୍ଖଳନ ଯୋଗୁଁ ଗତ ରବିବାର ଠାରୁ ଏହି ରାସ୍ତା ବନ୍ଦ ଥିଲା । ପୋଲ ନିର୍ମାଣ ହେବା ପରେ ଟ୍ରାୟଲ ରନ ମଧ୍ୟ କରାଯାଇଛି ।