କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ଖେଳିବେ ଭାରତ-ଇଲଣ୍ଡ । ଓଡ଼ିଶା ଆସିବା ଅବସରରେ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ବ୍ରିଟିସ୍ ଡେପ୍ୟୁଟି ହାଇକମିସନର ବ୍ରୁସ୍ ବକନେଲ୍ । ଏକ ସାକ୍ଷାତକାରରେ ବକନେଲ୍ କହିଛନ୍ତି କି, ଚଳିତ ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ ଭଲ ଫର୍ମରେ ରହିଛି । ହୁଏତ ଇଂଲଣ୍ଡ ଟିକେ ଚାପରେ ଥାଇପାରେ କିନ୍ତୁ ଘରୋଇ ପରିବେଶ ଓ ନିଜସ୍ୱ ପଡ଼ିଆରେ ଖେଳୁଥିବାରୁ ଏହାଦଳକୁ ଫାଇଦାରେ ରଖିବ । ୨୦୧୫ ବିଶ୍ୱକପରେ ଇଂଲଣ୍ଡ ଖରାପ ପ୍ରଦର୍ଶନ କରିଥିଲେ ହେଁ ୪ ବର୍ଷ ହେଲା ନିଜର ପ୍ରଦର୍ଶନରେ ପରିବର୍ତ୍ତନ ହୋଇଛି ।

Advertisment

publive-imageଅନ୍ୟପଟେ ଆମେ ଭିନ୍ନ ଧରଣର ସ୍ଥିତି ଦେଖିଆସୁଛେ ଭାରତ ମଧ୍ୟ ଏକ ଦକ୍ଷ୍ୟ ଓ ଅସାମାନ୍ୟ ଦଳ । ଭାରତ ପାଖରେ ବିଶ୍ୱର ଦିନିକିଆ ଶ୍ରେଷ୍ଠ ବୋଲର ଯଶପ୍ରୀତ୍ ବୁମରା ଏବଂ ଦକ୍ଷ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ରହିଛନ୍ତି । ଏହି ବିଶ୍ୱକପ୍ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଫାଇନାଲ୍ ଦୌଡରେ ଇଂଲଣ୍ଡ ଥିବାବେଳେ ଏହା ପଛକୁ ଭାରତୀୟ ଦଳ ରହିଛି । ତେବେ ଏଯାବତ୍ ଗୋଟିଏ ମଧ୍ୟ ବିଶ୍ୱକପ୍ ଜିତି ପାରିନଥିବା ଇଂଲଣ୍ଡ ଏଥର ବିଶ୍ୱକପ୍ ଟାଇଟେଲ୍ ପାଇଁ କଠିନ ପରିଶ୍ରମ କରିଛି । ତେଣୁ ଜୁଲାଇ ୧୪ରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ହେଲେ ଏହା ସମଗ୍ର କ୍ରୀଡ଼ା ଜଗତ ପାଇଁ ଖୁସିର କଥା ବୋଲି କହିଛନ୍ତି ବ୍ରିଟିସ୍ ଡେପ୍ୟୁଟି ହାଇକମିସନର ବ୍ରୁସ୍ ବକନେଲ୍ ।

publive-imageସେହିପରି କ୍ରିକେଟ୍ ମାଧ୍ୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ‘ଜୀବନ୍ତ ସେତୁ’ର ସ୍ଥାପନ ହୋଇପାରିଛି ବୋଲି କହିଛନ୍ତି ବକନେଲ । କାରଣ ବ୍ରିଟେନରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି । ବିଭିନ୍ନ ବର୍ଗର ପ୍ରାୟ ୧୫ ଲକ୍ଷ ଲୋକ ବ୍ରିଟେନରେ ରହୁଛନ୍ତି । ତେଣୁ ଚଳିତ ବର୍ଷର ଆଇସିସି ବିଶ୍ୱକପ୍ ଆୟୋଜନ ଶ୍ରେଷ୍ଠ ପ୍ରତିଯୋଗିତା ହେଉ ବୋଲି ଆମେ ପ୍ରୟାସ କରିବୁ । ସମ୍ଭବତଃ ଏଥର ଏହି ବିଶ୍ୱକପକୁ ଟିଭି ପରଦାରେ ସବୁଠୁ ବେଶି ଦର୍ଶକ ଏବଂ ଭାରତର ୧୩୦ କୋଟି ଲୋକ ଦଳକୁ ଉତ୍ସାହିତ କରିବ । ଏହି ଅବସରରେ ଚଳିତ ବର୍ଷ ୮୦ ହଜାର ଭାରତୀୟ ପର୍ଯ୍ୟଟକଙ୍କ ଆଗମନ ପାଇଁ ଆମେ ଆଶା ରଖିଛୁ ବୋଲି କହିଛନ୍ତି ବ୍ରିଟିସ୍ ଡେପ୍ୟୁଟି ହାଇକମିସନର ବ୍ରୁସ୍ ବକନେଲ୍ ।