ପିଜା ଖାଇବା ଛାଡିଲେ ବ୍ରିଟିଶ୍ ଗାୟିକା ଏଡେଲ

ପିଜା ଖାଇବା ଛାଡିଲେ  ବ୍ରିଟିଶ୍  ଗାୟିକା ଏଡେଲ

source -zee news.com

source-/fortunedotcom.f

ଶୁଣାଯାଏ ସୁନ୍ଦର ଗୀତ ଗାଇବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡିଥାଏ ସିଙ୍ଗର ମାନଙ୍କୁ। ଏଥିପାଇଁ ସେମାନେ ଅନେକ କାଇଦା କଟକଣାକୁ ଆପଣେଇଥାନ୍ତି। ଏମିତି ହୋଇଛି ଓସ୍କାର ବିଜେତା ଗାୟିକା ଏଡେଲଙ୍କ ପାଇଁ । ମଧୁର କଣ୍ଠ ବନେଇବା ପାଇଁ ନିଜର ପ୍ରିୟ ଖାଦ୍ୟ ପିଜାକୁ ତ୍ୟାଗ କରିଦେଇଛନ୍ତି ଏହି ୨୮ ବର୍ଷୀୟା ବ୍ରିଟିଶ୍ ଗାୟିକା। ପନିର ଓ ଟମାଟୋରେ ତିଆରି ପିଜା ଖାଇବାକୁ ତାଙ୍କୁ ବାରଣ କରାଯାଇଛି। କାରଣ ଏହା ଦ୍ୱାରା ତାଙ୍କର ଗାୟନ କ୍ଷମତା ପ୍ରଭାବିତ ହୋଇପାରେ।

source-.reutersmedia.net

କଣ କରିବେ ଏହି ବ୍ରିଟିଶ୍ କୋକିଳ କଣ୍ଠି। ନିଜ ଗଳାରେ ମଧୁର ସ୍ୱର ବାନ୍ଧି ରଖିବା ପାଇଁ ଏସବୁତ କରିବାକୁ ପଡିବ ତାଙ୍କୁ। ବାଧ୍ୟହୋଇ ପ୍ରଥମେ ନିଜର କ୍ୟାରିୟର , ପରେ ଯାହା। ଏହା ଭାବି ନିଜର ପ୍ରିୟ ଖାଦ୍ୟ ପିଜାକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି ଗାୟିକା ଏଡେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe