ଶୁଣାଯାଏ ସୁନ୍ଦର ଗୀତ ଗାଇବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡିଥାଏ ସିଙ୍ଗର ମାନଙ୍କୁ। ଏଥିପାଇଁ ସେମାନେ ଅନେକ କାଇଦା କଟକଣାକୁ ଆପଣେଇଥାନ୍ତି। ଏମିତି ହୋଇଛି ଓସ୍କାର ବିଜେତା ଗାୟିକା ଏଡେଲଙ୍କ ପାଇଁ । ମଧୁର କଣ୍ଠ ବନେଇବା ପାଇଁ ନିଜର ପ୍ରିୟ ଖାଦ୍ୟ ପିଜାକୁ ତ୍ୟାଗ କରିଦେଇଛନ୍ତି ଏହି ୨୮ ବର୍ଷୀୟା ବ୍ରିଟିଶ୍ ଗାୟିକା। ପନିର ଓ ଟମାଟୋରେ ତିଆରି ପିଜା ଖାଇବାକୁ ତାଙ୍କୁ ବାରଣ କରାଯାଇଛି। କାରଣ ଏହା ଦ୍ୱାରା ତାଙ୍କର ଗାୟନ କ୍ଷମତା ପ୍ରଭାବିତ ହୋଇପାରେ।
କଣ କରିବେ ଏହି ବ୍ରିଟିଶ୍ କୋକିଳ କଣ୍ଠି। ନିଜ ଗଳାରେ ମଧୁର ସ୍ୱର ବାନ୍ଧି ରଖିବା ପାଇଁ ଏସବୁତ କରିବାକୁ ପଡିବ ତାଙ୍କୁ। ବାଧ୍ୟହୋଇ ପ୍ରଥମେ ନିଜର କ୍ୟାରିୟର , ପରେ ଯାହା। ଏହା ଭାବି ନିଜର ପ୍ରିୟ ଖାଦ୍ୟ ପିଜାକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି ଗାୟିକା ଏଡେଲ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/adela.jpg)
/kanak/media/post_attachments/wp-content/uploads/2016/08/adele-1-300x199.jpg)
/kanak/media/post_attachments/wp-content/uploads/2016/08/download-300x216.jpg)