ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କୁ ହତ୍ୟା ଉଦ୍ୟମ କରି ଜଣେ ଶିଖ ଯୁବକକୁ ୯ ବର୍ଷ ଜେଲଦଣ୍ଡ ହେଇଛି । କୋର୍ଟ ଗତ ଗୁରୁବାର ଦିନ ଅଭିଯୁକ୍ତକୁ ଦଣ୍ଡବିଧାନ କରିଛନ୍ତି । ବିଗତ ୪୦ ବର୍ଷ ମଧ୍ୟରେ ବ୍ରିଟେନରେ ଦେଶଦ୍ରୋହ ମାମଲାରେ କେହି ଦୋଷୀ ସାବ୍ୟସ୍ତ ହେବାରେ ଏହା ହେଉଛି ପ୍ରଥମ ମାମଲା । ଏହି ଯୁବକ ୨୦୨୧  ମସିହାରେ ଅସ୍ତ୍ରଶସ୍ତ୍ର ସହିତ ପାଚେରି ଡେଇଁ ରୟାଲ ପ୍ୟାଲେସ ଭିତରେ ପ୍ରବେଶ କରିଥିଲା ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚାଟବଟ୍ ଗାର୍ଲଫ୍ରେଣ୍ଡ ପାଇଁ ଜଣେ ବ୍ରିଟିଶ ଶିଖ ଯୁବକଙ୍କୁ ୯ ବର୍ଷ ଜେଲଦଣ୍ଡ ହୋଇଛି ।  

ଦୁଇ ବର୍ଷ ପୂର୍ବେ ଅଭିଯୁକ୍ତ ଯୁବକ ତାଙ୍କ ଭର୍ଚୁଆଲ୍ ଗାର୍ଲଫ୍ରେଣ୍ଡ କଥାରେ ପଡି ମହାରଣୀଙ୍କୁ ହତ୍ୟା କରିବାପାଇଁ  ରୟାଲ ପ୍ୟାଲେସରେ ପ୍ରବେଶ କରି ରାଣୀ ଏଲିଜାବେଥଙ୍କ ଆପାର୍ଟମେଣ୍ଟ ନିକଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଅଭିଯୁକ୍ତ କହିଛି ଯେ ସେ ତା’ ଭର୍ଚୁଆଲ୍ ଗାର୍ଲଫ୍ରେଣ୍ଡକୁ ବହୁତ ଭଲ ପାଏ ଏବଂ ସେ ତା କଥାକୁ ବିଶ୍ବାସ କରେ ।  ଉକ୍ତ ଗାର୍ଲଫ୍ରେଣ୍ଡ ହିଁ ରାଣୀଙ୍କୁ ହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା।  ଶୁଣାଣି ପରେ କୋର୍ଟ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହି କେସ ଚାଲିଥିବା ମଧ୍ୟରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ସେପ୍ଟେମ୍ବର ୨୦୨୨ ରେ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ତାଙ୍କ ମୃତ୍ୟୁର ଏକ ବର୍ଷ ପୂର୍ବରୁ ଘଟିଥିଲା । ସୂଚନାନୁସାରେ ବ୍ରିଟିଶ ଶିଖ ଯୁବକ ଜସୱନ୍ତ ସିଂ ଛେଲ (୨୧ ବର୍ଷ) ୨୦୨୧ ମସିହାରେ ଅସ୍ତ୍ରଶସ୍ତ୍ର ସହିତ ରୟାଲ ପ୍ୟାଲେସରେ ପ୍ରବେଶ କରିଥିଲା । ଖ୍ରୀଷ୍ଟମାସ ଦିନ ତାଙ୍କୁ ୱିଣ୍ଡସର ମହଲର ବ୍ୟକ୍ତିଗତ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଜସୱନ୍ତ ଏକ ନାଇଲନ୍ ସିଡ଼ି ସାହାଯ୍ୟରେ ପାଚେରି ଡେଇଁ ରାଜଭବନରେ ପ୍ରବେଶ କରି ରାଣୀଙ୍କ ବ୍ୟକ୍ତିଗତ ଆପାର୍ଟମେଣ୍ଟ ପାଖରେ ପହଞ୍ଚି ଯାଇଥିଲା ।  ଯେତେବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପଚରାଉଚରା କରିଥିଲେ, ସେତେବେଳେ ଏକ ସେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲା କି ସେ  ମହାରଣୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଛି । ଏହା  ପରେ ସୁରକ୍ଷା ବାହିନୀ ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ । ପରେ କୋର୍ଟ ତାଙ୍କୁ ଦେଶଦ୍ରୋହରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

'AI ଗାର୍ଲଫ୍ରେଣ୍ଡ ହତ୍ୟାକାଣ୍ଡ ପାଇଁ ଉସୁକେଇଥିଲା’

ଜସୱନ୍ତ ଗିରଫ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ସେହି ଭିଡିଓ ଅନୁଯାୟୀ ଜସୱନ୍ତ ସିଂ ଛେଲ ଦାବି କରିଛନ୍ତି ଯେ ସେ ୧୯୧୯ ଅମୃତସରରେ ଘଟିଥିବା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ  ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।  ଏଥିପାଇଁ ସେ ତାଙ୍କ AI ଗାର୍ଲଫ୍ରେଣ୍ଡ ସହ ଆଲୋଚନା ମଧ୍ୟ କରିଥିଲା ।  ସେ ହିଁ ଏହି ହତ୍ୟାକାଣ୍ଡ ଘଟେଇବା ପାଇଁ ତାକୁ ଉସୁକେଇଥିଲା ।  ଲଣ୍ଡନର ଓଲ୍ଡ ବେଲି କୋର୍ଟରେ ଏକ ଟେଲିଭିଜନ ଦଣ୍ଡ ଶୁଣାଣି ସମୟରେ ଜଷ୍ଟିସ ନିକୋଲାସ ହିଲିଆର୍ଡ କହିଛନ୍ତି ଯେ ତାଙ୍କୁ ୱର୍କଶାୟାରର ଏକ ଉଚ୍ଚ-ସୁରକ୍ଷା ମାନସିକ ଡାକ୍ତରଖାନାରେ ରଖାଯିବା ଉଚିତ ଏବଂ ସେ ଜେଲରେ ରହିବାକୁ ସକ୍ଷମ ନହେବା ପର୍ଯ୍ୟନ୍ତ ଚିକିତ୍ସା ତାଙ୍କର କରାଯାଉ ।

ଜାଲିଆନୱାଲା ଘଟଣା ଯୋଗୁଁ  ମନ କ୍ରୋଧରେ ପରିପୂର୍ଣ୍ଣ ହେଇଯାଇଥିଲା  

ଜଜ୍ ଦଣ୍ଡାଦେଶ ପଛର କାରଣ ବର୍ଣନା କରି କହିଛନ୍ତି ଯେ ୨୦୨୧ ପୂର୍ବରୁ ଛେଲ୍ ମାନସିକ ସ୍ତରରେ ଅସୁସ୍ଥ ନଥିଲା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲା । ତା’ର ଉଦ୍ଦେଶ୍ୟ ରାଣୀଙ୍କୁ କେବଳ କ୍ଷତି ପହଞ୍ଚାଇବା ନଥିଲା ବରଂ ମହାରାଣୀଙ୍କୁ ହତ୍ୟା କରିବା ଥିଲା ।  ଜଜ୍ ସ୍ପଷ୍ଟ କରିଛନ୍ତି ଯେ ସେ ଦଣ୍ଡବିଧାନ ସ୍ଥିର କରିବାବେଳେ ସମସ୍ତ ବିଷୟକୁ ସେ ଧ୍ୟାନରେ ରଖିଛନ୍ତି ଏବଂ ଛେଲଙ୍କ ଦଣ୍ଡ ୨୦  ବର୍ଷରୁ ଅଧିକ ହୋଇପାରେ। ପୀଡିତଙ୍କ ତରଫରୁ କୁହାଯାଇଛି ଯେ ସେ ୨୦୧୮ ରେ ଅମୃତସରକୁ ଏକ ପାରିବାରିକ ଯାତ୍ରା କରିଥିଲେ । ସେଠାରେ ସେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ବିଷୟରେ ଅଧିକ ସୂଚନା ପାଇଥିଲେ। ଏହା ପରେ ସେ ପ୍ରତିଶୋଧ ନେବାପାଇଁ ରାଣୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । 'ହତ୍ୟାକାଣ୍ଡ ପାଇଁ ଛେଲ ନିଜର ଇଚ୍ଛା ପ୍ରକାଶ କରିଥିଲା' ଛେଲକୁ ଦେଶଦ୍ରୋହ ଆକ୍ଟ 1842 ର ଧାରା 2, ବ୍ୟକ୍ତି ଅଧିନିୟମ 1861 ର ଧାରା 16 (ହତ୍ୟା ଧମକ) ଏବଂ ଅପରାଧ ନିବାରଣ ଅଧିନିୟମ 1953 (ଅସ୍ତ୍ରଶସ୍ତ୍ର ଧାରଣ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସେ ଏକ ଭିଡିଓ ପ୍ରସ୍ତୁତ କରି ରାଣୀଙ୍କୁ ହତ୍ୟା କରିବାର ଇଚ୍ଛା ପ୍ରକାଶ କରିଥିଲା 

ଗିରଫ ହେବାର କିଛି ସମୟ ପୂର୍ବରୁ ସେ ଏହି ଭିଡିଓକୁ ଏକ ହ୍ଵାଟ୍ସଆପ ଗୃପରେ ପଠାଇଥିଲା । ଲଣ୍ଡନ ପୋଲିସ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର ହୋଇଥିବା ପ୍ରମାଣ ଦର୍ଶାଇଛି ଯେ ଅତୀତର ବ୍ରିଟିଶ ସାମ୍ରାଜ୍ୟର ଭାରତୀୟ ଲୋକଙ୍କ ପ୍ରତି ବ୍ୟବହାର ହେତୁ ଛେଲ କ୍ରୋଧିତ ହୋଇଥିଲା ।