ଚୀନରେ ବ୍ୟାପୁଥିବା ଭୟଙ୍କର ଭୂତାଣୁ କରୋନାର ଭୟାବହତା କେତେ ତାହା ଏବେ ସାରା ବିଶ୍ୱ ଜାଣିବାକୁ ପାଇଲାଣି । ମହାମାରୀ ପରି ଏହା ଏବେ ଚୀନରେ ବ୍ୟାପିବାକୁ ଲାଗିଛି । କେବଳ ଚୀନ ନୁହେଁ ସାରା ଦେଶରୁ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ଭାଇରସରୁ ରକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ । ବୈଜ୍ଞାନିକମାନେ ନିଜର ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ବୈଜ୍ଞାନିକ କରୋନା ଭାଇରସରୁ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ମାତ୍ର ୨ ଘଣ୍ଟା ଶୋଉଥିବା ଜଣାପଡିଛି । ଏବେ ସେ ଦିନ ରାତି ଏକ କରି କାମରେ ଲାଗିପଡିଛନ୍ତି ।
ସ୍କଟଲ୍ୟାଣ୍ଡରେ ରହୁଥିବା କେଟ ବ୍ରେଡରିକ୍ କରୋନା ଭାଇରସରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିଷେଧକ ବିକଶିତ କରୁଛନ୍ତି । ବିଗତ ୨୦ ବର୍ଷ ଧରି ମହିଳା ବୈଜ୍ଞାନିକ କେଟ୍ ବ୍ରେଡରିକ୍ ବିଭିନ୍ନ ପ୍ରତିଷେଧକ ଟୀକା ବିକଶିତ କରୁଛନ୍ତି । ସେ ଇବୋଲା, ଜିକା ଭଳି ଭୂତାଣୁଙ୍କ ସଂକ୍ରମଣ ରୋକିବା ପାଇଁ ସଫଳ ଭାବେ ଔଷଧ ବାହାର କରିଛନ୍ତି । କିଛି ନା କିଛି ନୂତନ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସେ ରହିଥାନ୍ତି । ଏବେ କେଟ୍ କରୋନା ଭାଇରସ୍ ପ୍ରତିଷେଧକ ଟୀକା ବାହାର କରିବେ ବୋଲି କହିଛନ୍ତି । ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମହିଳା ବୈଜ୍ଞାନିକ କେଟ୍ ଗବେଷକ ଭାବେ କାର୍ୟ୍ୟରତ । ଏବେ ସେ ରାତିରେ ମାତ୍ର ଦୁଇ ଘଣ୍ଟା ଶୋଉଥିବା କହିଛନ୍ତି । କରୋନା ଭାଇରସର ଜେନେଟିକ୍ କୋଡ୍ ଜାରି କରାଯିବାର ତିନି ଘଣ୍ଟା ମଧ୍ୟରେ କେଟ୍ ପ୍ରତିଷେଧକ ବାହାର କରିବେ ବୋଲି ସୂଚନା ଦେଇଛନ୍ତି । ବିଲ୍ ଲିଣ୍ଡସା ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/608158_3229562_British-sceitis_akhbar.jpg)
/kanak/media/post_attachments/wp-content/uploads/2020/02/24171854-7955695-image-a-73_1580576110168-300x200.jpg)
/kanak/media/post_attachments/wp-content/uploads/2020/02/Kate-Broderick-300x172.jpg)