କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ପାଖକୁ ଆସିବ ୬୮.୧୭ କୋଟଇ ଟଙ୍କା । ଏହି ଅର୍ଥ ତାଙ୍କ ବାପାଙ୍କ କମ୍ପାନୀରୁ ମିଳିବ । ଭାରତର ଦ୍ୱିତୀୟ ବୃହତ ପ୍ରଦ୍ୟୋଗିକ ଶିଳ୍ପ ଇନଫୋସିସର ଲାଭାଂଶରୁ ଅକ୍ଷତାଙ୍କୁ ଏହି ଅର୍ଥ ମିଳିବ । ଆଇଟି କମ୍ପାନୀ ଇନଫୋସିସ୍ ନିଜର ତ୍ରୟୋମାସିକ ଲାଭାଂଶରୁ ଯେଉଁ ଅର୍ଥ ପାଇଛି ସେଥିରୁ ଅକ୍ଷତାଙ୍କୁ ତାଙ୍କ ସେୟାର ମିଳିବ ।

Advertisment

ଇନଫୋସିସ୍ ପକ୍ଷରୁ ସେୟାର ବଜାରକୁ ଦିଆଯାଇଥିବା ସୂଚନା ମୁତାବକ, କମ୍ପାନୀର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ଡିସେମ୍ବର ଶେଷ ସୁଦ୍ଧା କମ୍ପାନୀର ୩.୮୯ କୋଟି ସେୟାର ଥିଲା । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରତି ସେୟାର ପିଛା କମ୍ପାନୀର ଶେଷ ଡିଭିଡେଣ୍ଟ ୧୭.୫୦ ଘୋଷଣା କରାଯାଇଥିଲା । ଏହି ଆଧାରରେ ଜୁନ୍ ୨ ତାରିଖ ସୁଦ୍ଧା ଅକ୍ଷତା ଯଦି ନିଜ ସେୟାର ବଜାୟ ରଖନ୍ତି ତେବେ ତାଙ୍କୁ ୬୮. ୧୭ କୋଟି ଟଙ୍କାର ଲାଭାଂଶ ମିଳିବ ।