ବ୍ରିଟେନ ନିର୍ବାଚନରେ କେଜ୍ରିୱାଲଙ୍କ ରାସ୍ତା ଆପଣାଇଲେ ପ୍ରାର୍ଥୀ ଋଷି ସୁନକ, ଜାଣନ୍ତୁ ଲୋକଙ୍କୁ କଣ ଦେଲେ ପ୍ରତିଶ୍ରୁତି

167

କନକ ବ୍ୟୁରୋ : ବ୍ରିଟେନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଋଷି ସୁନକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପରି କିଛି ଘୋଷଣା କରିଛନ୍ତି । ଋଷି ସୁନକ ବ୍ରିଟେନବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ବିଜୁଳି ବିଲପରେ ପାଖା ପାଖି ୨୦୦ ପାଉଣ୍ଡ ଛାଡ କରିବେ । ସୂଚନା ଥାଉକି ଦିଲ୍ଲୀରେ ସରକାରରେ ଥିବା କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କୁ ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଛନ୍ତି ।

କହିରଖୁ କି, ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ ଇସ୍ତଫା ଦେବା ପରେ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଜାରି ରହିଛି । ଏଥିରେ କଞ୍ଜରଭେଟିଭ ପାର୍ଟି ତରଫରୁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଲିଜ୍ ଟ୍ରସ୍ । ସେପଟେ ଏବେ ହୋଇଥିବା ସର୍ଭେ ମୁତାବକ ନିର୍ବାଚନରେ ଋଷ ସୁନକ ପଛୁଆ ରହିଛନ୍ତି । ଏହି ସମୟରେ ଋଷିଙ୍କ ଏଭଳି ପ୍ରତିଶ୍ରୁତି ତାଙ୍କ ପାଇଁ ଲାଭବାନ ହୋଇନାରେ ବୋଲି ଅନୁମାନ କରାଯାଉଛି ।