ଗଛର ଗୋଟିଏ ଡାଳରେ ଫଳିଲା ୮୩୯ଟି ଟମାଟୋ । ଜାଣନ୍ତୁ ଏମିତି କରି କିଏ ରଚିଲେ ବିଶ୍ୱରେକର୍ଡ ।

229

କନକ ବ୍ୟୁରୋ : ଆପଣ ଟମାଟୋ ଗଛ ନିହାତି ଭାବେ ଦେଖିଥିବେ । ଏପରିକି ଗଛରେ ଟମାଟୋ ଫଳିଥିବାର ମଧ୍ୟ ଦେଖିଥିବେ । ଟମାଟୋ ଏପରି ଏକ ପରିବା, ଯାହା ପ୍ରତ୍ୟେକ ପନିପରିବା ସହିତ ମିଶ୍ରିତ ହୁଏ । ଚଟନି ହେଉ କିମ୍ବା ସାଲାଡ ସବୁ ଖାଦ୍ୟରେ ଟମାଟୋ ଚାହିଦା ଅଧିକ ରହିଥାଏ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚାଷୀମାନେ ମଧ୍ୟ ଏହାକୁ ଚାଷ କରିଥାଆନ୍ତି । ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ୱରେକର୍ଡ କରିଥିବା ଜଣାପଡ଼ିଛି ।

ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ଥିବା ଜଣାପଡ଼ିଛି । ଏହା ପୂର୍ବରୁ ଡଗଲାସ ଆଉ ଏକ ରେକର୍ଡ କରିଥିଲେ । ଗତବର୍ଷ ସେ ଦୁନିଆର ସବୁଠାରୁ ବଡ଼ ଟମାଟୋ ଫଳାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଡଗଲାସ ଏହି ଘଟଣାକୁ ନେଇ କହିଛନ୍ତି ଯେ ସେ ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ । ଏହି ଟମାଟୋ ଗଛକୁ ସେ ସବୁଜ ଗୃହରେ ଲଗାଇଲେ ।

ଡଗଲାସଙ୍କ ଅନୁଯାୟୀ, ସେ ଟମାଟୋକୁ ଏପରି ଭାବେ ଫଳାଇବା ପାଇଁ ପ୍ରତି ସପ୍ତାହରେ ତିନିରୁ ଚାରି ଘଣ୍ଟା ପରିଶ୍ରମ କରିବା ସହିତ ଗଛର ଯତ୍ନ ନେଇଥାଆନ୍ତି । ଯାହାର ଫଳାଫଳ ଆଜି ସମଗ୍ର ବିଶ୍ୱ ସାମ୍ନାରେ ଅଛି । ଆଗାମୀ ଦିନରେ ଡଗଲାସ୍ ଆହୁରି ବଡ଼ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଡଗଲାସ୍ ବୃତ୍ତି ଅନୁଯାୟୀ ଜଣେ ଆଇଟି ମ୍ୟାନେଜର । ଟମାଟୋ ତୋଳିବା ବେଳେ ଡଗଲାସ୍ ସ୍ଥାନୀୟ ପୁଲିସର ସାହାଯ୍ୟ ନେଇଥିଲେ। କାରଣ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ସମୟରେ ଯେପରି ତାଙ୍କୁ କୌଣସି ଅସୁବିଧା ନହୁଏ ।