ଭାରତରେ ବ୍ରିଟିଶ କାଉନସିଲର ନିର୍ଦ୍ଦେଶକ ଏଲନ୍ ଜେମେଲ୍ ଓବେ କହିଛନ୍ତି, ବ୍ରିଟେନର ବିଶ୍ୱବିଦ୍ୟାଳୟରେ ଆକାଡେମିକ୍ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଯାୟୀ, କାଉନସିଲ୍ ଦେଶର ୫୦୦ ଜଣ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ । ଓବେ କହିଛନ୍ତି, ବ୍ରିଟିଶ କାଉନସିଲ୍ ଚଳିତବର୍ଷ ବ୍ରିଟେନର ୪୪ଟି ବିଶ୍ୱବିଦ୍ୟାଳୟରେ ଆକାଡେମିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ ୫୦୦ ଜଣ ଭାରତୀୟ ଛାତ୍ରଙ୍କୁ ସ୍କଲାରସିପ୍ ଦେବ ।
ସେ କହିଛନ୍ତି, ଏପର୍ଯ୍ୟନ୍ତ ପୂର୍ବତ୍ତରର ୬ଜଣ ଛାତ୍ରଙ୍କ ସମେତ ଭାରତର ୧୦୫ ଜଣ ମହିଳା ବ୍ରିଟେନର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ପରିଷଦରୁ ଛାତ୍ରବୃତ୍ତିର ଲାଭ ଉଠାଇ ସାରିଛନ୍ତି । ନିର୍ଦ୍ଦେଶକ କହିଛନ୍ତି, ଅରୁଣାଚଳ ଏବଂ ଅନ୍ୟ ପୂର୍ବତ୍ତୋର ରାଜ୍ୟର ଅଧିକାଂଶ ଛାତ୍ର କାଉନସିଲ୍ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଛାତ୍ରବୃତ୍ତିର ଲାଭ ଉଠାଇପାରିବେ ବୋଲି ସେ ଆଶା ରଖିଛନ୍ତି । ସେ କହିଛନ୍ତି, ଗତ କିଛି ବର୍ଷରେ ଭାରତୀୟ ଛାତ୍ରମାନଙ୍କ ଦ୍ୱାରା ଭିସା ଆବେଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଅଧିକାରୀ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ରୂପରେ ସଙ୍କେତ ମିଳୁଛି ଯେ, ଭାରତୀୟ ଛାତ୍ର ବ୍ରିଟେନର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଅଧିକ ରୁଚି ରଖୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/scholarship_647.jpeg)
/kanak/media/post_attachments/wp-content/uploads/2018/09/Graduation-Scholarship-750-750x346-300x138.jpg)