ପୃଥିବୀରେ ଏଲିଏନ ଅଛନ୍ତି କିନ୍ତୁ ସେମାନଙ୍କୁ ସହଜରେ ଦେଖିବା ସମ୍ଭବପର ନୁହେଁ । ବ୍ରିଟେନ ମହାକାଶଚାରୀ କହିଲେ ରୋଚକ କଥା ।

Advertisment
ପୃଥିବୀରେ ଏଲିଏନ ଅଛନ୍ତି କିନ୍ତୁ ସେମାନଙ୍କୁ ସହଜରେ ଦେଖିବା ସମ୍ଭବପର ନୁହେଁ । ବ୍ରିଟେନ ମହାକାଶଚାରୀ କହିଲେ ରୋଚକ କଥା ।

ପୃଥିବୀରେ ଏଲିଏନ ରହିଛନ୍ତି କି ନାହିଁ? ପୂର୍ବରୁ ଏଲିଏନକୁ ନେଇ ଅନେକଥର ଚର୍ଚ୍ଚା ମଧ୍ୟ ହୋଇଛି । ପୂର୍ବରୁ ଏଲିଏନ୍‌ ବା ପରଗ୍ରହୀମାନଙ୍କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସବୁ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି। ପୃଥିବୀପୃଷ୍ଠରେ ଏଲିଏନର ଅବସ୍ଥିତିକୁ ନେଇ ଅନେକ ବୈଜ୍ଞାନିକ ସମର୍ଥନ କରିଥିବା ବେଳେ ଆହୁରି କିଛି ବୈଜ୍ଞାନିକ ଏହାକୁ ଅସ୍ୱୀକାର ମଧ୍ୟ କରିଛନ୍ତି। ନିକଟ ଅତୀତରେ ମହାକାଶ ଯାତ୍ରା କରିଥିବା ବ୍ରିଟେନର ପ୍ରଥମ ମହାକାଶଚାରୀ ହେଲେନ୍‌ ସରମନ ପୃଥିବୀରେ ପରଗ୍ରହୀଜୀବ ବା ଏଲିଏନର ଉପସ୍ଥିତିକୁ ନେଇ ସକାରାତ୍ମକ ସୂଚନା ଦେଇଛନ୍ତି। ସୋମବାର ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୃଥିବୀପୃଷ୍ଠରେ ପୂର୍ବରୁ ହିଁ ଏଲିଏନ୍‌ ଅଞ୍ଚନ୍ତି ବୋଲି ହେଲେନ୍‌ ନିକଟରେ ପ୍ରକାଶ କରିଛନ୍ତି ।

ହେଲେନ୍‌ ଦେଇଥିବା ସୂଚନା ୟୁକେର ଏକ ପତ୍ରିକାରେ ଉଲ୍ଲେ ଖ‌ କରାଯାଇଛି। ସେଥିରେ ଲେଖାଯାଇଛି, ‘ଏଥିରେ ଦ୍ୱିମତ ନାହିଁ ଯେ ପୃଥିବୀରେ ପରଗ୍ରହୀ ଜୀବ ବା ଏଲିଏନ ଅ‌ଛନ୍ତି। ବ୍ରହ୍ମାଣ୍ଡରେ କୋଟି କୋଟି ତାରା ଅଛନ୍ତି। ବିଭିନ୍ନ ପ୍ରକାରର ଜୀବସତ୍ତା ଅଛନ୍ତି। ଯେହେତୁ ଏଲିଏନ ଓ ମଣିଷ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ସେଥିପାଇଁ ସେମାନେ ଦୃଶ୍ୟମାନ ହେଉନାହାନ୍ତି । କିନ୍ତୁ ପୃଥିବୀ ପୃଷ୍ଠରେ ଏଲିଏନ ରହିଥିବାର ସମ୍ଭାବନା ଅଛି । ମାତ୍ର ସେମାନଙ୍କୁ ଆମେ ସହଜରେ ଦେଖି ପାରୁନାହିଁ ।  ଉଲ୍ଳେଖଯୋଗ୍ୟ, ୧୯୯୧ ମସିହା ମେ ମାସରେ ରୁଷିଆନ ମଡୁଲାର୍‌ ସ୍ପେସ୍‌‌ ଷ୍ଟେସନ୍‌ ‌ମିଶନରେ ନିଜର ଯୋଗଦାନ ଦେଇ ହେଲେନ୍‌ ଇତିହାସ ସୃଷ୍ଟି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe