କନକ ବ୍ୟୁରୋ : କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନ୍ ରାଣୀ । ବ୍ରିଟେନର ନୂଆ ରାଣୀ ଅର୍ଥାତ୍ କିଙ୍ଗ ଚାର୍ଲସ-୩ଙ୍କ ପତ୍ନୀ କାମିଲା ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ତାଙ୍କ ପାଇଁ ୧୦୦ ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଇଥିବା ଲଣ୍ଡନ ସ୍ଥିତ ବଙ୍କିମହାମ୍ ପ୍ୟାଲେସ ପକ୍ଷରୁ ସୂଚନା ମିଳିଛି ।

Advertisment

ଭାରତ ସହିତ ସମ୍ପର୍କ ବିଗିଡ଼ିବା ଆଶଙ୍କାରେ ରାଜ ପରିବାର ଏଭଳି ପଦକ୍ଷେପ ନେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ କାମିଲାଙ୍କ ପାଇଁ ରାଣୀ ମୋରୀଙ୍କର ୧୦୦ ବର୍ଷ ପୁରୁଣା ମୁକୁଟ ପ୍ରସ୍ତୁତ କରାଯାଉଛି । କାମିଲାଙ୍କୁ ଔପଚାରିକ ଭାବେ ରାଣୀ ମାନ୍ୟତା ଦେବା ପାଇଁ ଚଳିତବର୍ଷ ମେ ୬ତାରିଖରେ କ୍ୱିନ କନସର୍ଟ ଆୟୋଜନ କରାଯିବ । ଏହି ସମୟରେ ସେ ନୂଆ ମୁକୁଟ ପିନ୍ଧିବେ ।

ରିପୋର୍ଟ ଅନୁସାରେ ବ୍ରିଟେନର ରାଜପରିବାର ରାଣୀ ମୋରୀଙ୍କ ମୁକୁଟ କାମିଲାଙ୍କ ପାଇଁ ପୁନଃ ପ୍ରସ୍ତୁତ କରାଯାଉଛି । ୭୫ ବର୍ଷୀୟା କାମିଲାଙ୍କୁ ଡଚେସ ଅଫ କର୍ଣ୍ଣୱାଲ କୁହାଯାଏ । ସେ କିଙ୍ଗ-ଚାର୍ଲସ-୩ଙ୍କ ଦ୍ୱିତୀୟ ପତ୍ନି । ରାଣୀ ଡାଏନାଙ୍କ ଦେହାନ୍ତ ପରେ ସେ କାମିଲାଙ୍କୁ ବିବାହ କରିଥିଲେ । ରାଜ୍ୟଭିଷେକ ପରେ କାମିଲାଙ୍କ ପାଖରେ କୌଣସି ସାମ୍ବିଧାନିକ କ୍ଷମତା ରହିବ ନାହିଁ । ତାଙ୍କର ପଦ କେବଳ ବ୍ରିଟେନର ମହାରାଣୀ ରହିବ ।