ଆଇଏସଆଇଏସ ଟାର୍ଗେରେ ବ୍ରିଟେନର ଚାରି ବର୍ଷିୟ ରାଜକୁମାର ଜର୍ଜ

97

ଶିଶୁ ଭଗବାନ । କିନ୍ତୁ ଆତଙ୍କବାଦୀଙ୍କ ବିଚାରଧାରା, ନୈତିକତା ପାଖରେ ଏହାର ମୂଲ୍ୟ କିଛି ନଥାଏ । ବୁଦ୍ଧି, ବିବେକ, ବିଚାରଧାରା ଏମାନଙ୍କ ପାଖରେ ନାହିଁ ବୋଲି ଏମାନେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଟାର୍ଗେଟରେ ୪ବର୍ଷର ଶିଶୁ । କିନ୍ତୁ ଏହା କୌଣସି ସାଧାରଣ ଘରର ପିଲା ନୁହେଁ । ବ୍ରିଟେନ ରାଜକୁମାର ଉଇଲିୟମ ଓ କେଟ ମିଡଲଟନଙ୍କ ଚାରି ବର୍ଷର ପୁଅ ଜର୍ଜ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ହିଟଲିଷ୍ଟରେ ରହିଛି ବୋଲି ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।

ଗତମାସରେ ଜର୍ଜ ଯେ କି ବ୍ରିଟିଶ ରାଜପରିବାରର ତୃତୀୟ ପିଢୀ, କେନ୍ଦ୍ରୀୟ ଲଣ୍ଡନରେ ତାଙ୍କ କେସିଙ୍ଗଟନ ପ୍ୟାଲେସ ଘର ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟରେ ପଢା ଆରମ୍ଭ କରିଛନ୍ତି । ‘ଥୋମାସ ବାଟରସି’ ସ୍କୁଲ ନିକଟରେ ଜର୍ଜର ଗୋଟିଏ ଫଟୋ ସହ ସୁନ୍ଦର କ୍ୟାପସନ‘ସ୍କୁଲ ଷ୍ଟାର୍ଟସ ଆର୍ଲି ‘ଲେଖାଥିବା ଆଇଏସଆଇଏସ ଚ୍ୟାନେଲରେ ଦେଖାଯାଇଥିଲା ।
ଏହି ପୋଷ୍ଟରେ ଆରବ ଭାଷାରେ ମଧ୍ୟ କିଛି ଲେଖାଥିଲା ଯାହାର ଅର୍ଥ ହେଉଛି , ଯେତେବେଳେ ଗୁଳିଗୋଳାର ଶବ୍ଦ ସହ ଯୁଦ୍ଧ ଆରମ୍ଭ ହେଉଛି ଆ ମେ ସେତେବେଳେ ଅନ୍ଧବିଶ୍ୱାସକୁ ଛାଡି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛୁ ।ବ୍ରିଟିଶ ତଦନ୍ତକାରି ଅଧିକାରୀ ଏହି ଭାଷାକୁ ତଦନ୍ତ କରି ଜାଣିପାରିଛନ୍ତି ଯେ ଜର୍ଜକୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି ।

ବ୍ରିଟିଶ ଇଂଟେଲଜେନସି ଅଧିକାରୀମାନେ ନିୟମିତ ଭାବେ ଆଇଏସଆଇଏସ ର ଗତିବିଧି ଉପରେ ନଜର ରଖିଛନ୍ତି । କିଛି ଦିନ ପୂର୍ବରୁ ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା । ମହିଳାଙ୍କ ଗିରଫ ପରେ ମେଟ୍ର୍ରୋପଲିଟାନ ପୋଲିସ ପକ୍ଷରୁ ସ୍କୁଲର ସୁରକ୍ଷା ବଢାଇଦିଆଯାଇଛି ।