ବାପୁଙ୍କ ଶିକ୍ଷାକୁ ମନେ ପକାଇବେ ବ୍ରିଟିସ୍ ସରକାର ! ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ୍ 

168

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ବ୍ରିଟେନ୍ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ । ବ୍ରିଟେନ୍ ର ଅର୍ଥମନ୍ତ୍ରୀ ସାଜିଦ୍ ଜାବିଦ୍ ବାପୁଙ୍କ ସମ୍ମାନରେ ମୁଦ୍ରା ଜାରି କରିବା ପାଇଁ ସୂଚନା ଦେଇଥିଲେ । ୧୯୩୧ ଗୋଲମେଜ୍ ସମ୍ମିଳନୀରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାକୁ ମନେରଖିବା ପାଇଁ ବ୍ରିଟେନ୍୍ ଏହି ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଛି । ମୂଳ ପାକିସ୍ତାନର ବ୍ରିଟେନ୍ ମନ୍ତ୍ରୀ ଜାବିଦ୍ କହିଥିଲେ ଯେ , ସେ ରୟାଲ୍ ମିଣ୍ଟ୍ କୁ କହିଛନ୍ତି ଯେ ବାପୁଙ୍କ ସ୍ମରଣରେ ଏକ ମୁଦ୍ରା ଜାରି କରାଯାଉ ଯେଉଁଥିରେ ଦୁନିଆକୁ ଶିକ୍ଷା ଦେଇଥିବା ଗାନ୍ଧୀଙ୍କ ବାର୍ତ୍ତାକୁ ସମସ୍ତେ ଜାଣି ପାରିବେ । ଲଣ୍ଡନରେ ବ୍ରିଟେନ୍ ଅର୍ଥମନ୍ତ୍ରୀ ସାଜିଦ୍ ଜାବିଦ୍ ଏହି ଘୋଷଣା କରିଥିଲେ ।

ସେ କହିଥିଲେ , ମହାତ୍ମା ଗାନ୍ଧୀ ଆମକୁ ଅନେକ ଭଲ ଶିକ୍ଷା ଦେଇଛନ୍ତି । ଶକ୍ତି କେବେ ବି ଧନ କିମ୍ବା ବଡ ପଦରୁ ମିଳିନଥିବା କଥା ଗାନ୍ଧୀ ସମାଜକୁ ଶିଖାଇଛନ୍ତି । ସମାଜକୁ ତାଙ୍କ ଜୀବନମୂଲ୍ୟକୁ ମନେ ରଖିବାକୁ ପଡିବ । ଆପଣଙ୍କୁ ଏଠାରେ କହିରଖୁଛୁ ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ରୁପେ ପାଳନ କରାଯାଏ ।