ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ପରେ ୟୁକ୍ରେନକୁ ସମର୍ଥନ ଜଣାଇଲେ ଋଷି ସୁନକ, ଜାଣନ୍ତୁ କଣ ପ୍ରତିକ୍ରିୟା ରଖିଲା ଋଷ

ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ପରେ ୟୁକ୍ରେନକୁ ସମର୍ଥନ ଜଣାଇଲେ ଋଷି ସୁନକ, ଜାଣନ୍ତୁ କଣ ପ୍ରତିକ୍ରିୟା ରଖିଲା ଋଷ

କନକ ବ୍ୟୁରୋ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ପଦଭାର ସମ୍ଭାଳିବା ପରେ ତୁରନ୍ତ ୟୁକ୍ରେନ ସହ କଥା ହୋଇଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ମାସ ମାସ ଧରି ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ଋଷି ସୁନକ ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଏହି ଆଲୋଚନା ବେଳେ ସୁନକ ତାଙ୍କର ସମର୍ଥନ ଜଣାଇଛନ୍ତି । ସେପଟେ ସୁନକଙ୍କର ଏଭଳି ପଦକ୍ଷେପକୁ ଗ୍ରହଣ କରିପାରି ନାହିଁ ଋଷ । ଋଷ କହିଛି କି ବ୍ରିଟେନ ସହ ଋଷର ଆଗକୁ ଭଲ ସଂପର୍କ ରହିବ ତାହା ଜଣାପଡୁନାହିଁ ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ ଋଷି ସୁନକ ଏକ ଟ୍ୱିଟ୍ କରି ଲେଖିଛନ୍ତି କି, ଆଜି ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ କଥା ହେବାର ସୌଭାଗ୍ୟ ମିଳିଲା । ଏହାସହ ୟୁକ୍ରେନର ନେତୃତ୍ୱ ବ୍ରିଟେନ ଉପରେ ଭରସା କରିଥିବା କଥା ସେ ଲେଖିଛନ୍ତି । ବ୍ରିଟେନ ସବୁବେଳେ ୟୁକ୍ରେନ ସହ ଠିଆ ହୋଇଥିବା କଥା ସୁନକ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

ଏଭଳି କଥାକୁ ନେଇ କ୍ରେମଲିନର ପ୍ରବକ୍ତା ଦିମିତ୍ରର ପେସକୋବ କହିଛନ୍ତି ଯେ ବର୍ତମାନ କିମ୍ବା ନିକଟ ଭବିଷ୍ୟତରେ ବ୍ରିଟେନ ସହ ଋଷର କିଛି ସକରାତ୍ମକ ପରିବର୍ତନ ହେବାର ଆଶଂକା ନାହିଁ ।
କହିରଖୁ କି ସୁନକ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୟୁକ୍ରେନର ସ୍ୱତନ୍ତ୍ରତା ଦିବସରେ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ୟୁକ୍ରେନବାସୀଙ୍କ ଦୃଢ ସାହସକୁ ପ୍ରଶାଂସା କରିଥିଲେ । ଏହାସହ ବ୍ରିଟେନ ଓ ୟୁକ୍ରେନ ଆଜୀବନ ବନ୍ଧୁ ରହିବେ ବୋଲି ସୁନକ ଲେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe