କନକ ବ୍ୟୁରୋ : ବର୍ତ୍ତମାନ ଯୁବପୀଢି ନିଶା ପ୍ରତି ଅଧିକ ଆକୃଷ୍ଠ ହେଉଛନ୍ତି । ପ୍ରାୟ ସମସ୍ତେ ମଦ ଓ ସିଗାରେଟ୍ ପିଉଛନ୍ତି । ଯାହାଦ୍ୱାରା ଦେଶର ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଉଛି । କାହିଁକିନା ଆଜିର ଯୁବପୀଢିଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି କୁହାଯାଇଥାଏ । ତେଣୁ ଦେଶର ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ କିଛି ଦେଶ ନିଶା ସେବନ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଏନେଇ ଆଇନ୍ ମଧ୍ୟ ଆଣିବାକୁ ଯାଉଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ନ୍ୟୁଜିଲାଣ୍ଡରେ ଧୂମପାନ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ବ୍ରିଟେନରେ ସିଗାରେଟକୁ ବ୍ୟାନ୍ କରିବା ଉପରେ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଧୂମପାନ ଉପରେ କଟକଣା ଲଗାଇପାରନ୍ତି । ବ୍ରିଟିସ୍ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁସାରେ, ବ୍ରିଟେନରେ ଅଧିକରୁ ଅଧିକ ଲୋକଙ୍କୁ ଧୂମପାନ ଛାଡିବା ପାଇଁ ପ୍ରୋତ୍ସାହିତ କରାଯିବ । ୨୦୩୦ ସୁଦ୍ଧା ବ୍ରିଟେନ୍ ଧୂମପାନ ମୁକ୍ତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଗର୍ଭବତୀ ମହିଳାଙ୍କୁ ସିଗାରେଟ୍ ଛାଡିବା ପାଇଁ ଏକ ଭାଉଚର୍ ଯୋଜନା ଆଣିବାର ଯୋଜନା ରଖାଯାଇଛି ।