ବ୍ରିଟେନ ଫେରନ୍ତାଙ୍କ ନମୂନାରେ ଷ୍ଟ୍ରେନ୍ ଅଛି ନାହିଁ ? ପରୀକ୍ଷା ପାଇଁ ସାମ୍ପଲ ପଠାଗଲା ପୁଣେ ।

209

କନକ ବ୍ୟୁରୋ: ଓଡ଼ିଶାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ପାଇଁ ଏନଆଇଭି ପୁନେ ପଠାଗଲା ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ ।

ସେହିପରି ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ସେ କହିଛନ୍ତି କିନ୍ତୁ ଏହାକୁ ଦ୍ୱିତୀୟ ୱେବ୍ କୁହାଯାଇପାରିବ ନାହିଁ । ଏସବୁ ଭିତରେ ବ୍ରିଟେନ ଫେରନ୍ତା ଯୁବକଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର । ତେଣୁ କିଛି ଭୟ କରିବାର ନାହିଁ ବୋଲି ସେ କହିଛନ୍ତି ।