ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ । ପରୀକ୍ଷା ପରେ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ନମୂନା ପଜିଟିଭ । ପରିବାର ଲୋକଙ୍କର ବି ହୋଇଛି ପରୀକ୍ଷା ।

474

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ । ପରୀକ୍ଷା ପରେ ତାଙ୍କ ନମୂନା ପଜିଟିଭ ଆସିଛି । ୧୮ ଡିସେମ୍ବରରେ ବ୍ରିଟେନରୁ ଓଡିଶା ଆସିଥିଲେ । ପଜିଟିଭି ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ବି କରୋନା ପରୀକ୍ଷା କରାଯାଇଛି ।

ତେବେ ବ୍ରିଟେନ ଫେରନ୍ତାଙ୍କୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ରାଜଧାନୀରେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ।