ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର

Advertisment
ବ୍ରିଟେନ ଫେରନ୍ତାଙ୍କ ଭିତରୁ ଭୁବନେଶ୍ୱରରୁ ସର୍ବାଧିକ । ମୋଟ ୪୩ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୨୧ ।

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର ।  ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁ ଆସିଛନ୍ତି ୪୩ ଜଣ  ।

ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏଙ୍କୁ ଚିଠି । ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ନୂଆ ଷ୍ଟ୍ରେନ ୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିିଛି । ତେଣୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ସତର୍କତା ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe