କନକ ବ୍ୟୁରୋ : ବ୍ରିଟେନରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ମହାରାଣୀ ଏଲିଜାବେଥଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ନିକଟରେ ଥିବା ସବୁଠାରୁ ଦାମୀ କୋହିନୁର ହୀରା କିଏ ପିନ୍ଧିବ ବା କାହାକୁ ଦିଆଯିବ ତାହାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।

Advertisment

ମହାରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନର ଅନେକ ଲୋକ ପରାମର୍ଶ ଦେଇଛନ୍ତି କି ଏହି ହୀରା ମୁକୁଟକୁ ଆଗାମୀ ରାଜା ଚାଲର୍ସ ତୃତୀୟଙ୍କୁ ଦେବା ଆବଶ୍ୟକ । ହେଲେ ବ୍ରିଟେନ ରାଜପରିବାର ନିୟମ ମୁତାବକ ଏହି ହୀରା ମୁକୁଟ ଆଗାମୀ ରାଣୀ କାମିଲା ପାର୍କର ବାଉଲସଙ୍କୁ ସମର୍ପିତ କରାଯିବା କଥା ।

କହିରଖୁ କି କୋହିନୁର ହୀରା ବର୍ତମାନ ପ୍ଲାଣ୍ଟିନମର ମୁକୁଟ ଭିତରେ ରହିଛି । ଯାହାକୁ କି ମହାରାଣୀ ଦ୍ୱିତୀୟ ଏଲିଜାବେଥ୍ ଇଂଲଣ୍ଡର ସାମ୍ରାଗୀ ରୂପେ ଶାସନ ଭାର ସମ୍ଭାଳିଥିବା ବେଳେ ପିନ୍ଧିଥିଲେ । ସେପଟେ ଚଳିତବର୍ଷ ଫେବୃଆରୀ ମାସରେ ମହାରାଣୀ ଘୋଷଣା କରିଥିଲେ କି, ଯେତେବେଳେ ଚାଲର୍ସ ଇଂଲଣ୍ଡର ରାଜା ଭାବେ କାର୍ଯ୍ୟଭାର ସମ୍ଭାଳିବେ ସେତେବେଳେ କମିଲା ପାର୍କର ବାଓଲସ୍ ରାଜ୍ୟର ରାଣୀ ହେବେ । ଏବେ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ନିଧନ ପରେ ଆକଳନ କରାଯାଉଛି କି କମିଲା ହିଁ ଏହି କୋହିନୁର ହୀରା ମୁକୁଟ ପିନ୍ଧିବାର ଯୋଗ୍ୟତା ଅର୍ଜନ କରିବେ ।

କୋହିନୁରକୁ ବିଶ୍ୱର ସବୁଠାରୁ ଦାମୀ ହୀରା ବୋଲି କୁହାଯାଏ । ଏହି ହୀରାର ଓଜନ ୧୦୫.୬ କ୍ୟାରେଟ ରହିଛି । ଏହାକୁ ଭାରତରେ ୧୪  ଶହ ଶତାବ୍ଦୀରେ ମିଳିଥିଲା । କୋହିନୁରର ଇତିହାସ ମୁତାବକ ଏହା ଆନ୍ଧ୍ରପଅଦେଶର ଗୁଣ୍ଟୁରୁ ରେ କାକତୀୟ ରାଜବଂଶ ଶାସନ କାଳରେ ମିଳିଥିଲା । ବାରଙ୍ଗଲ ଠାରେ ଏକ ହିନ୍ଦୁ ମନ୍ଦିରରେ ଏହାକୁ ଏକ ଦେବତାଙ୍କ ଆଖିଭାବେ ବ୍ୟବହାର କରାଯାଇଥିଲା ।