କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀ ସଂଗଠନ ମଧ୍ୟରେ ଦୀର୍ଘ ୧୩ ଦିନ ହେବ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହଜାର ହଜାର ଲୋକ ଆହାତ ହୋଇଛନ୍ତି । ଏସବୁ ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ ମୁତାବକ ଇସ୍ରାଏଲରେ ପହଂଚିଛନ୍ତି ।

Advertisment

ଇସ୍ରାଏଲ ରାଜଧାନୀ ତେଲ ଅବିବରେ ପହଂଚିବା ପରେ ସୁନକ ତାଙ୍କ ଟ୍ୱିଟର (ଏକ୍ସ) ଆକାଉଣ୍ଟ ମାଧ୍ୟମରେ ନିଜର ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଇସ୍ରାଏଲର ଜନତା ଏବେ ଦୁଖରେ କାଳାତିପାତ କରୁଛନ୍ତି । ମୁଁ ସେମାନଙ୍କୁ ସମବେଦନା ଜଣାଉଛି । ଏହାସହ ଆତଙ୍କବାଦ ବିରୋଧରେ ବ୍ରିଟେନର ସମର୍ଥନ ରହିଛି ବୋଲି ସେ ଲେଖିଛନ୍ତି ।

ଏହା ଭିତରେ ସେ ଇସ୍ରାଲଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟ କରି ଆଗାମୀ ରଣନୀତି ବାବଦରେ ଆଲୋଚନା କରିଛନ୍ତି ।

ସେପଟେ ଋଷର ବିଦେଶମନ୍ତ୍ରୀ ସଂଗେଇ ଲାବଶେବ କହିଛନ୍ତି କି, ଆମେ ଇସ୍ରାଏଲରେ ଚାଲିଥିବା ଘଟଣାକୁ ନେଇ ତୁର୍କୀ ସହିତ ସଂପର୍କରେ ରହିଛୁ । ଆମର ଭୟ ରହିଛି କି ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ପାଇଁ ତୁର୍କୀରେ ଅସ୍ଥିରତା ଦେଖା ନ ଯାଉ ।