ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ତାଙ୍କ ଦେଶର ଶରଣାର୍ଥୀ ମାନଙ୍କୁ ରୁୱାଣ୍ଡାକୁ ସ୍ଥାନାନ୍ତର କରିବା ନୀତିକୁ  ବଦଳାଇବାକୁ ଚାହୁଁଛନ୍ତି, ଯାହା ସେ ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ପ୍ରତିଶୃତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀମାନେ ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ କଞ୍ଜରଭେଟିଭ ପାର୍ଟିର ନୀତି କିଛି ପରିମାଣରେ ଶରଣାର୍ଥୀଙ୍କୁ ସମର୍ଥନ କରିଆସୁଛି । ଏଭଳି ପରିସ୍ଥିତିରେ ଦଳର ନେତାମାନଙ୍କୁ ସରକାରଙ୍କ ନୀତିରେ ଏକଜୁଟ କରିବା ସୁନକଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହୋଇ ଛିଡା ହୋଇଛି ।

Advertisment

ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସାମ୍ନାରେ ଏବେ ଅନେକ ସମସ୍ୟା ମୁଣ୍ଡ ଟେକି ଛିଡା ହେବାରେ ଲାଗିଛି ।  ଆଜିକାଲି ସେ ନିଜ ପାର୍ଟିକୁ ଏକଜୁଟ କରିବାକୁ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟରେ ସୁନକ ନିଜ କ୍ୟାରିଅରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । କରୋନା ନିୟମ ଉଲ୍ଲଂଘନ ପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ବିଚାରାଧୀନ ଅଛି ।  ଯେଉଁ କାରଣରୁ ବୋରିସ୍ ଜନସନଙ୍କୁ କ୍ଷମତା ହରାଇବାକୁ ପଡିଥିଲା । ଏମାନଙ୍କ ବ୍ୟତୀତ ଦଳର ନେତାମାନେ ମଧ୍ୟ ତାଙ୍କ ଶରଣାର୍ଥୀ ସମ୍ବନ୍ଧୀୟ ବିଲ୍ ଉପରେ ଏକମତ ହୋଇପାରୁନାହାନ୍ତି । ଏହାକୁ ନେଇ ଦଳରେ ବିରୋଧର ସ୍ବର ଶୁଭିବାକୁ ଆରମ୍ଭ ହେଲାଣି ।

ଭାରତୀୟ ମୂଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକଙ୍କ ପାଇଁ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ହେଉଛି ଦଳର ନେତାମାନଙ୍କୁ ସରକାରଙ୍କ ନୀତିରେ ଏକଜୁଟ କରିବା । ରୁୱାଣ୍ଡାକୁ ଶରଣାର୍ଥୀ ସ୍ଥାନାନ୍ତର ନେଇ ସେ ବ୍ରିଟେନର ନୀତିରେ  ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ରୁୱାଣ୍ଡାକୁ ସ୍ଥାନାନ୍ତର କଳାପରେ ବ୍ରିଟେନରେ ରହୁଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ପଠାଯିବ। ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ସୁନକ ଏହି ପ୍ରତିଶ୍ରୁତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀ ଏକ ବଡ଼ ପ୍ରସଙ୍ଗ ଏବଂ କଞ୍ଜରଭେଟିଭ ପାର୍ଟିର ନୀତି ଶରଣାର୍ଥୀ ମାନଙ୍କୁ କିଛି ପରିମାଣରେ ସମର୍ଥନ କରିଆସୁଛି ।

ଯଦି ବିଲ୍ ଅଣାଯାଏ ତେବେ ଆମେ ଏହା ବିରୋଧରେ ଭୋଟ୍ ଦେବୁ!

ରୁଷି ସୁନାକ କଞ୍ଜରଭେଟିଭ ପାର୍ଟିର ଜଣେ ନେତା, ଯିଏ ବର୍ଷେ ହେଲା  ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି । ସୁନକ କେବଳ ନିଜ ଦଳର ନେତାଙ୍କ ବିରୋଧର ସମ୍ମୁଖୀନ ନୁହଁନ୍ତି, ଶରଣାର୍ଥୀ ସମ୍ବନ୍ଧୀୟ ନିୟମକୁ ପୁନ ସମୀକ୍ଷା କରିବା ପ୍ରସଙ୍ଗରେ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ ଉଭୟ ବିଚାରର ବିରୋଧର ମଧ୍ୟ  ସମ୍ମୁଖୀନ ହେଉଛନ୍ତି । ଦଳର ନେତାମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଏଭଳି ବିଲ୍ ସଂସଦରେ ଉପସ୍ଥାପିତ ହୁଏ ତେବେ ସେମାନେ ତାହା  ବିରୋଧରେ ଭୋଟ୍ ଦେବେ।

ପାର୍ଟିର ଉଦରବାଦୀ ନେତାମାନେ ସୁନକଙ୍କ ବିରୋଧରେ

ବ୍ରିଟିଶ ସଂସଦ ମଙ୍ଗଳବାର ଦିନ ଏହାର ପ୍ରଥମ ଭୋଟ୍ ଗ୍ରହଣ କରିବ ଯାହା କିଛି ମାନବ ଅଧିକାର ଆଇନ ଉପରେ ପ୍ରଭାବ ପକାଇବ। ଏହାର ଉଦ୍ଦେଶ୍ୟ ହେଉଛି ଏହା ଆସନ୍ତା ବର୍ଷ ଜାତୀୟ ନିର୍ବାଚନ ପୂର୍ବରୁ ରୁୱାଣ୍ଡା ଅଭିମୁଖେ ଶରଣାର୍ଥୀ ମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦେବ। ଦଳର କିଛି ଉଦାରବାଦୀ ନେତା ସୁନାକଙ୍କ ଏହି ନୀତିକୁ ବିରୋଧ କରୁଛନ୍ତି। ବ୍ରିଟେନର ଏହା ମାନବିକ ଅଧିକାରର ଉଲ୍ଲଂଘନ ହେବ ବୋଲି ସେମାନେ କହିଛନ୍ତି । ଏହାକୁ ଆନ୍ତର୍ଜାତୀୟ ମାନବିକ ଅଧିକାର ଆଇନର ଉଲ୍ଲଂଘନ ବୋଲି ମଧ୍ୟ ବିବେଚନା କରାଯିବ । ଏଥି ସହିତ କିଛି ଦକ୍ଷିଣପନ୍ଥୀ ଉଦାରବାଦୀ ନେତା ମଧ୍ୟ ଏହି ନୀତିର ବିରୋଧ କରୁଛନ୍ତି । ବ୍ରିଟିଶ କୋର୍ଟ ଏହି ନୀତିକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତିରୁଷି ସୁନକ କେବଳ ରାଜନନୈତିକ କ୍ଷେତ୍ରରେ ନୁହେଁ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ମଧ୍ୟ ସୁନକଙ୍କ ପାଇଁ ଆହ୍ବାନପୂର୍ଣ୍ଣ ଅଟେ । ଓପିନିଅନ ପୋଲ ହିସାବରେ  କଞ୍ଜରଭେଟିଭ ପାର୍ଟିର ଆସନ୍ତା ନିର୍ବାଚନରେ ହାରୁଥିବାର ଜଣାପଡିଛି । ଏଭଳି ପରିସ୍ଥିତିରେ ସୁନାକଙ୍କ ରୁୱାଣ୍ଡା ନୀତି ତାଙ୍କ ସରକାର ପାଇଁ ଏକ ବଡ ଆହ୍ବାନ ହୋଇପାରେ । ଆଇନଜୀବୀମାନେ ମଧ୍ୟ କହିଛନ୍ତି ଯେ ଏହା ନୀତି କାମ କରିବ ନାହିଁ । ବ୍ରିଟିଶ ସୁପ୍ରିମକୋର୍ଟ ପୂର୍ବରୁ ଏହି ନୀତିକୁ ଅସାମ୍ବିଧାନିକ ରାୟ ଦେଇ କହିଛନ୍ତି ଯେ ଏହା କେତେକ ବୈଧ ଶରଣାର୍ଥୀଙ୍କୁ ମଧ୍ୟ ପ୍ରଭାବିତ କରିପାରେ ।