ଟ୍ରକ୍ ଭିତରୁ ବାହାରିଲା ୩୯ ମୃତ ଦେହ : ଭିତରେ ମାଇନସ୍ ୨୫ ଡିଗ୍ରୀ ତାପମାନ ଆଉ ବାହାରୁ ପଡିଥିଲା ତାଲା , ଛଟପଟ ହୋଇ ଚାଲିଗଲା ୩୯ ଜୀବନ ।

ଟ୍ରକ୍ ଭିତରୁ ବାହାରିଲା ୩୯ ମୃତ ଦେହ : ଭିତରେ ମାଇନସ୍ ୨୫ ଡିଗ୍ରୀ ତାପମାନ ଆଉ ବାହାରୁ ପଡିଥିଲା ତାଲା , ଛଟପଟ ହୋଇ ଚାଲିଗଲା ୩୯ ଜୀବନ ।

ବ୍ରିଟେନର ଏକ ଟ୍ରକରୁ ୩୯ ଲୋକଙ୍କ ଶବକୁ ଜବତ କରାଯାଇଛି । ବ୍ରିଟିଶ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଟ୍ରକ୍ ବାହାରପଟୁ ତାଲା ଲଗାଇ ଦିଆଯାଇଥିବା ବେଳେ ଭିତରର ତାପମାତ୍ରା ମାଇନସ୍ ୨୫ ଡିଗ୍ରୀ ଥିଲା । ଅତ୍ୟଧିକ ଥଣ୍ଡା କାରଣରୁ ଟ୍ରକ୍ ଭିତରେ ଥିବା ୩୯ ଜଣ ଲୋକ ଛଟପଟ ହୋଇ ଆଖି ବୁଜିଥିଲେ । ତେବେ ଏହି ଲୋକମାନଙ୍କ ମୃତ୍ୟୁ ପଛରେ ଦଲାଲ୍ ଙ୍କ ହାତ ଥିବା କୁହାଯାଉଛି । ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ , ଟ୍ରକ୍ ଭିତରେ ରକ୍ତରେ ଭିଜା ହାତର ଚିହ୍ନ ଦେଖିବାକୁ ମିଳିଥିଲା । ଅନ୍ତିମ ସମୟରେ ଟ୍ରକ୍ ରୁ ବାହାରିବା ପାଇଁ ଲୋକମାନେ କବାଟ ପିଟିପିଟି ସାହାଯ୍ୟର ଗୁହାରି କରୁଥିବା କଥା କୁହାଯାଉଛି । ଏହି ଘଟଣାରେ ଟ୍ରକ୍ ଡ୍ରାଇଭର୍ ଙ୍କ ସହ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

publive-image

ମୃତ ୩୯ ଜଣ ଲୋକଙ୍କ ପରିଚୟ ମିଳିପାରିନଥିବା ବେଳେ ଭିଏତନାମାର କିଛି ପରିବାର ମୃତକଙ୍କ ପରିଚିତ ହୋଇଥାଇପାରନ୍ତି ବୋଲି କୁହାଯାଉଛି । ସୂତ୍ର ମୁତାବକ , ମୃତକଙ୍କ ମଧ୍ୟରୁ ୬ ଜଣ ଭିଏତନାମାର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe