କନକ ବ୍ୟୁରୋ : ୨୦୨୪ ବର୍ଷ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ବଡ ବଡ ଦେଶ ର ସରକାରରେ ଆସିଛି ଆଖିଦୃଶିଆ ପରବର୍ତ୍ତନ । ସମୟ ଓ ଭାଗ୍ୟ କାହାକୁ କେତେବେଳେ ମଧ୍ୟ ଧୁଳି ଚଟେଇ ପାରେ। ଜନତା ଯେ ଦେଶରେ ସରକାରଙ୍କ ଭାଗ୍ୟ ନିର୍ମାତା ଏ କଥା ପୁଣି ପ୍ରମାଣିତ ହୋଇଛି ।
ଗତ ସପ୍ତାହରେ ବ୍ରିଟେନ, ଫ୍ରାନ୍ସ ଓ ଇରାନ ଭଳି ବଡ ଦେଶ ଗୁଡିକରେ ପ୍ରମୁଖ ନିର୍ବାଚନ ସରିଛି । ନିର୍ବାଚନରେ ଦେଖିବାକୁ ମିଳିଛି ପରିବର୍ତ୍ତ ନର ରଙ୍ଗ । ବ୍ରିଟେନ ପ୍ରଧାନ ମନ୍ତ୍ରୀ ଋଷି ସୁନକଙ୍କ ବାମପନ୍ଥୀ ଆଦର୍ଶରେ ଗଠିତ କଂଜର୍ଭେଟିଭ ପାର୍ଟିର ୧୪ ବର୍ଷର ଶାସନରେ ପୁର୍ଣ୍ଣଛେଦ ପକାଇ ଲେବର ପାର୍ଟି କିର ଷ୍ଟାର୍ମର ସତ୍ତାକୁ ଆସିଛନ୍ତି । ଫ୍ରାନ୍ସରେ ଇମାନୁଏଲ ମାକ୍ରନଙ୍କ ପାର୍ଟି ରେନେସାକୁ ହରାଇ ବାମପନ୍ଥୀ ସରକାର ଶାସନକୁ ଆସିଛି । ସେପରି ନିକଟରେ ନିର୍ବାଚନ ସରିଥିବା ଇରାନରେ କଟ୍ଟର ପନ୍ଥୀ ଜଲିଲିଙ୍କୁ ହରାଇ ବାମଦଳ ନେତୃତ୍ୱରେ ସଂସ୍କାରକ ମସୁଦ ସରକାର ଗଢିଛନ୍ତି । ଲୋକ ମାନେ ଦିନକୁ ଦିନ ଅଧିକ ସଚେତନ ହେଉଛନ୍ତି ସଠିକ ସରକାର ଗଠନର ଅବଶ୍ୟକତା ବୁଝିପାରୁଛନ୍ତି । ଏକ ଜାତୀୟ ଗଣ ମାଧ୍ୟମ ସୁତ୍ରରୁ ଜଣା ପଡିଛି କି ୨୦୨୪ରେ ସମଗ୍ର ବିଶ୍ୱ ସ୍ତରରେ ମତଦାତାଙ୍କ ସଂଖ୍ୟା ଇତିହାସରେ ସର୍ବାଧିକ ରହିଛି ।
ଫ୍ରାନ୍ସରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମୋଟ ୫୭୭ ସିଟ୍ ମଧ୍ୟରୁ ସଂସଦରେ ସଂଖ୍ୟାଗରିଷ୍ଠତା ପାଇଁ ୨୮୯ ସିଟ ଜିତିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ନିର୍ବାଚନରେ ବାମପନ୍ଥୀ ନ୍ୟୁ ପପୁଲାର ଫ୍ରଣ୍ଟ ୧୮୨ ସିଟ ଜିତିଥିବା ବେଳେ ଇମାନୁଏଲ ମାକ୍ରନ ୧୬୩ଟି ସିଟ ପାଇଥିଲେ ।
ଇରାନ ବାସୀ ମଧ୍ୟ ଏଥର ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ରଇସିଙ୍କ ମୃତ୍ୟୁ ଘଟିବା ପରେ ୨୮ ଜୁନ ଓ ୫ ଜୁଲାଇ ଦୁଇ ଦିନ ଧରି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରାଯାଇଥିଲା । କଟ୍ଟରପନ୍ଥୀ ନେତା ଜଲିଲି ଜିତିବାର ସବୁ ପ୍ରକାରର ଚେଷ୍ଟା ଚଳାଇଥିଲେ ମଧ୍ୟ ସମାଜ ସଂସ୍କାରକ ମସୁଦ ଜନତାଙ୍କ ବିଶ୍ୱାସ ଓ ଭୋଟ୍ ଉଭୟ ଜିତିଥିଲେ ।
ଇଂଲଣ୍ଡ, ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଓ ୱାଲେସରେ ହେଇଥିବା ସଂସଦୀୟ ନିର୍ବାଚନରେ ୬୫୦ ସିଟ ପାଇଁ ଲଢେଇ ଚାଲିଥିଲା । ପ୍ରାୟ ୩୯୨ ପଞ୍ଜୀକୃତ ପାର୍ଟି ନିର୍ବାଚନରେ ଓହ୍ଲାଇଥିବା ବେଳେ ପ୍ରମୁଖ ଭାବେ କିର ଷ୍ଟାର୍ମର ଓ ଋଷି ସୁନକଙ୍କ ମଧ୍ୟରେ ସାମ୍ନା ସାମ୍ନି ଦେଖିବାକୁ ମିଳିଥିଲା । ଆଗରୁ ହୋଇଥିବା ପୋଲ୍ ସର୍ଭେ ଅନୁଯାୟୀ ଏଥର ଲେବର ପାର୍ଟି ୪୧୨ ସିଟ ସହ ବହୁମତ ପାଇ ସରକାର ଗଠନ କରିଥିଲା ।
ଚାଲିଥିବା ପରିବର୍ତ୍ତନ ଦେଖିଲେ ଲୋକ ମାନଙ୍କ ପରିବର୍ତ୍ତନଶୀଳ ମତାମତ ଜାଣିବାକୁ ମିଳୁଛି । ପ୍ରାୟ ସ୍ଥାନରେ କଟ୍ଟରବାଦୀ ତଥା ରଢିବାଦୀ ସରକାରର ପତନ ଘଟି ଜନାଭିମୁଖୀ ତଥା ସଂସ୍କାର ଧର୍ମୀ ଶାସନର ଆରମ୍ଭ ଏକ ନୁଆ ଯୁଗର ଆରମ୍ଭ କରିବ ବୋଲି ବିଶ୍ୱାସ କରାଯାଉଛି ।