କନକ ବ୍ୟୁରୋ : ବ୍ରିଟେନରେ ଅନେକ ସମୟରେ ଶକ୍ତିଶାଳି ଝଡ ତୁଫାନ୍ ଆସିଥାଏ । ଯେତେବେଳେ ଝଡ ଆସେ ସେତେବେଳେ ଚାରିଆଡେ ସ୍ଥିତି ଅସମ୍ଭାଳ ହୋଇଯାଏ । ଠିକ୍ ସେହିଭଳି ଏକ ଝଡ ତୁଫାନର ସାମ୍ନା କରିଛି ବ୍ରିଟେନ୍ । ଯାହାକୁ ନେଇ ବିମାନବନ୍ଦରରେ ବିମାନ ଅବତରଣ କରିବା ମୁସକିଲ ହୋଇପଡିଛି । ପବନର ଝଟକା କାରଣରୁ ଭାରି ବିମାନବି ସନ୍ତୁଳନ ହରାଇବସୁଛି । ଏହି ସଂକଟ ମଧ୍ୟରେ ସୋସିଆଲ ମିଡିଆରେ ଭାରତୀୟ ପାଇଲଟଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ବ୍ରିଟେନରେ ଆସିଥିବା ଝଡ ମଝିରେ ଏୟାରଇଣ୍ଡିଆର ଏକ ବିମାନ ଏପରି ଲ୍ୟାଣ୍ଡିଂ କରିଛି, ଯେଉଁଥିପାଇଁ ପାଇଲଟର ପ୍ରଶଂସା ହେବାରେ ଲାଗିଛି । ପବନର ତୀବ୍ର ଝଟକା ମଧ୍ୟରେ ଭାରତୀୟ ପାଇଲଟ୍ ବିମାନକୁ ଖୁବ୍ ଆରାମରେ ଅବତରଣ କରିବାରେ ସଫଳ ହୋଇଛନ୍ତି । ଯାହାକୁ ନେଇ ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ଏହା ଜଣେ କୁଶଳ ପାଇଲଟ୍ ବୋଲି ଲେଖି ସେହି ମୁହୁର୍ତ୍ତର ଭିଡିଓକୁ ସେୟାର କରୁଛନ୍ତି ଲୋକେ ।
ତେବେ ଏଠାରେ କହିରଖୁଛୁ କି, ତୀବ୍ର ଝଡ ପବନ ମଧ୍ୟରେ ଭାରତର ଗୋଟିଏ ନୁହେଁ ଦୁଇଟି ବିମାନର ସଫଳ ଲ୍ୟାଣ୍ଡିଂ ହୋଇଛି । ଯାହାକୁ ନେଇ ବିଦେଶରେ ଭାରତୀୟ ପାଇଲଟଙ୍କୁ ନେଇ ପ୍ରଶଂସା କରାଯାଉଛି । ଅନ୍ୟପଟେ ଏୟାରଇଣ୍ଡିଆ ବି ଦୁଇ ପାଇଲଟଙ୍କୁ ନେଇ ବେଶ୍ ଉତ୍ସାହିତ ଅଛି

Advertisment