ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।

160

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।  ସେ ନିଶ୍ୱାସପ୍ରଶ୍ବାସ  ନେବାରେ ଅସୁବିଧା ଅନୁଭବ କରୁଥିଲେ ।  ଯେତେବେଳେ ଏହା ପରୀକ୍ଷା କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଚିହ୍ନଟ ହୋଇଛି ।

ବ୍ରିଟେନରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପ୍ରଥମ ଥର ପାଇଁ ଘୁଷୁରିଦେହରେ ମିଳୁଥିବା ଏକପ୍ରକାର ଜୀବାଣୁ ମନୁଷ୍ୟ ଦେହରେ  ଚିହ୍ନଟ ହୋଇଛି । ୟୁକେ ହେଲଥ ସିକୁରୀଟିଜ ଏଜେନ୍ସି  (UKHSA) ଏହି ସୂଚନା ଦେଇଛି । ଏଜେନ୍ସି କହିଛି ଯେ ବ୍ରିଟେନରେ ପ୍ରଥମ ଥର ପାଇଁ ମଣିଷରେ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ ଏ (H1N2) v ଚିହ୍ନଟ ହୋଇଛି । ରୁଟିନ୍ ଚେକଅପ୍ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।

UKHSA କହିଛି ଯେ ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଜଣାପଡିଛି ।  ପ୍ରକୃତରେ ଏହା ଏପରି ଏକ ଜୀବାଣୁ ଯାହା ଘୁଷୁରି ଦେହରେ ବ୍ୟାପିଥାଏ । କିନ୍ତୁ ମଣିଷ ଶରୀରରେ ଏହି ଷ୍ଟ୍ରେନ୍‌ ମିଳିବ ଏକ ପ୍ରଥମ ଘଟଣା । ଉକ୍ତ ବ୍ୟକ୍ତି ବର୍ତ୍ତମାନ ସମ୍ପୁର୍ଣ୍ଣ ଭଲ ଅଛନ୍ତି କିନ୍ତୁ ତାଙ୍କ ଉପରେ ନିରନ୍ତର ନଜର ରଖାଯାଉଛି ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଇନ୍ସିଡେଣ୍ଟ ନିର୍ଦ୍ଦେଶକ ଡକ୍ଟର ମୀରା ଚନ୍ଦ କହିଛନ୍ତି ଯେ ବ୍ରିଟେନର ଜଣେ ବ୍ୟକ୍ତିଙ୍କଠାରେ ଆମେ ପ୍ରଥମ ଥର ଏହି ଜୀବାଣୁ ଚିହ୍ନଟ କରିଛୁ । ଏହି ଜୀବାଣୁ ସାଧାରଣତ  ଘୁଷୁରି ମାନଙ୍କ ଠାରେ  ଦେଖାଯାଇଯାଏ । ୨୦୦୯ ରେ ସ୍ୱାଇନ୍ ଫ୍ଲୁ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା । ଏହା ଏକ ଭୂତାଣୁ ଦ୍ଵାରା ବ୍ୟାପିଥିଲା । ​​ଯେଉଁଥିରେ ଘୁଷୁରି, ପକ୍ଷୀ ଏବଂ ମଣିଷ ମଧ୍ୟରେ ବୁଲୁଥିବା ଭୂତାଣୁରୁ ଜେନେଟିକ ପଦାର୍ଥ ରହିଥିଲା ।