ଚୋରି କରୁଛନ୍ତି ବ୍ରିଟେନବାସୀ ,ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର । ବିଭିନ୍ନ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ସପିଂ ମଲରୁ ଚୋରି କରୁଛନ୍ତି ଯୁବପୀଢି

141

କନକ ବ୍ୟୁରୋ : ବିଶ୍ୱର ଅନେକ ଦେଶ ଏବେ ମୁଦ୍ରାସ୍ପିତିରେ ସମ୍ମୁଖୀନ ହେଉଛନ୍ତି । ଆମେରିକା ଓ ବିଟ୍ରେନ ଭଳି ବିକଶିତ ଦେଶ ବି ଖାଦ୍ୟ ସଙ୍କଟ ଦେଇ ଗତି କରୁଛି । ବିଟ୍ରେନରେ ଏବେ ଦରଦାମ୍ ବୃଦ୍ଧି ଏତେ ଭୟଙ୍କର ସ୍ଥିତିରେ ପହଂଚିଛି, ଯୁବପିଢୀ ନିଜ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଚୋରି କରୁଛନ୍ତି । ସପିଂ ମଲରୁ ଚୋରି ହେଉଥିବା ନେଇ ମାଲିକ ଓ ମ୍ୟାନେଜର ଅଭିଯୋଗ କରୁଥିବାର ଭିଡିଓ ସବୁ ସାମ୍ନାକୁ ଆସୁଛି ।

ଗତ ଦୁଇବର୍ଷ ଭିତରେ ବ୍ରିଟେନରେ ବିଭିନ୍ନ ସାମଗ୍ରୀର ଦର ବଢିଯାଇଛି । ଫଳରେ ସାଧାରଣ ଜୀବନ ଯାପନ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ବ୍ରିଟେନର ସାଧାରଣ ନାଗରିକ । ଏଭଳି ସ୍ଥିତିରେ ଲୋକମାନେ ସପିଂ ମଲଗୁଡିକରୁ ଚୋରି କରୁଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ବିଭିନ୍ନ ସୁପର ମାର୍କେଟ ଷ୍ଟୋରରେ ସେଲ୍ଫ ଚେକ ଆଉଟ ରହିଛି । ଏଠାରେ ଗ୍ରାହକମାନେ ମଲରୁ ଆଣୁଥିବା ସାମଗ୍ରୀକୁ ସ୍କାନିଂ କରି ବିଲିଂ କରିବା କଥା । ହେଲେ କିଛି ଯୁବପିଢି ଅର୍ଥାଭାବରୁ ଉଦ୍ଦେଶ୍ୟମୂଳକ ଭାବେ କେତେକ ସାମଗ୍ରୀର ସ୍କାନିଂ କରୁନଥିବା ଜଣାପଡିଛି । ଦୋକାନରୁ ଏଭଳି ଚୋରିକୁ ସପ୍ ଲିଫ୍ଟିଂ ବୋଲି କୁହାଯାଉଛି ।

ବ୍ରିଟିସ କନସୋର୍ଟିୟମର ରିପୋର୍ଟ ଅନୁସାରେ ଗତବର୍ଷ ୭୯ ଲକ୍ଷ ସପ୍ ଲିଫ୍ଟିଂ ହୋଇଛି । ୨୦୧୬-୧୭ରେ ହୋଇଥିବା ଚୋରି ତୁଳନାରେ ଏହା ୫୦ ଲକ୍ଷ ଅଧିକ । ସେପଟେ ଲଗାତାର ଭାବେ ମୁଦ୍ରାସ୍ଫିତି ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ବିଟ୍ରେନବାସୀ ।