କନକ ବ୍ୟୁରୋ: ବ୍ରିଟେନର ନୂଆ ସରକାର ଗଠନ ନେଇ କଞ୍ଜରଭେଟିଭ ପାର୍ଟିରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ନୂଆ ପିଏମ ରେସରେ ସବୁଠାରୁ ଆହରେ ରହିଛନ୍ତି ଋଷି ସୁନକ, ବୋରିସ ଜନସନ ଏବଂ ପେନି ମେର୍ଡାଣ୍ଟ । ସୂଚନା ଅନୁସାରେ ଶନିବାର ଋଷି ସୁନକ ଏବଂ ବୋରିସ ଜନସନଙ୍କ ମଧ୍ୟରେ ସିକ୍ରେଟ ମିଟିଂ ହୋଇଛି । ଏଥିରେ ଟୋରୀ ପାର୍ଟିର ନେତା ନିର୍ବାଚିତ ହେବା ନେଇ ଚର୍ଚ୍ଚା ହେଉଛି । ଆଶା କରାଯାଉଛି ଯେ ଶୀଘ୍ର ପିଏମ ପଦକୁ ନେଇ ଚିତ୍ର ସ୍ପଷ୍ଟ ହେବ ।
କିଛି ଦିନ ପୂର୍ବରୁ ଜନସନ ସରକାରରେ ଋଷି ସୁନକ ଅର୍ଥ ମନ୍ତ୍ରୀ ଭାବେ କାମ କରୁଥିଲେ । ସରକାରଙ୍କ ନୀତି ଉପରେ ବାରମ୍ବାର ପ୍ରଶ୍ନ କରି ସେ ପରେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ସମର୍ଥନରେ କିଛି ସାଂସଦ ପଦ ଛାଡିଦେଇଥିଲେ । ଏହି କାରଣରୁ ବୋରିସ ଜନସନ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଲିଜ ଷ୍ଟ୍ରସ ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ସେ ମଧ୍ୟ ସରକାରକୁ ଚଳାଇପାରିନଥିଲେ । ମିନି ବଜେଟକୁ ନେଇ ଅନେକ ବିବାଦ ପରେ ସେ ୪୫ ଦିନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ପୁଣି ଥରେ ନୂଆ ପ୍ରଧାନମନ୍ତ୍ରୀ ନେଇ କଞ୍ଜରଭେଟିବ ପାର୍ଟିରେ ନେତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
Follow Us