କରୋନା ଭଲ କରିବ ବଟିକା ! ମର୍କ କମ୍ପାନୀର ‘ମଲନୁପିରାଭିର’ ବଟିକାକୁ ମଞ୍ଜୁରୀ ଦେଲା ବ୍ରିଟେନ୍ ।

115

କନକ ବ୍ୟୁରୋ : କରୋନା ଚିକିତ୍ସା ପାଇଁ ଆସୁଛି ବଟିକା । ମର୍କ କମ୍ପାନୀର ବଟିକାକୁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ଅବଶ୍ୟ ଏଥିପାଇଁ କେତେକ ସର୍ତ ରଖିଛନ୍ତି । ଏହି ବଟିକାର ନାଁ ହେଉଛି ମଲନୁପିରାଭିର । କୋଭିଡ ସଂକ୍ରମିତଙ୍କୁ ଦିନକୁ ଦୁଇଟି ଲେଖାଏଁ ବଟିକା ଖାଇବାକୁ ପଡ଼ିବ । ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ସଂକ୍ରମିତଙ୍କ ପାଇଁ ଏହା ଲାଭଦାୟକ ହେବ ।

ଆମେରିକା ଓ ୟୁରୋପର ଅନ୍ୟ କିଛି ଦେଶରେ ମଧ୍ୟ ଅନୁମତି ପାଇଁ କମ୍ପାନୀ ଆବେଦନ କରିଛି । କମ୍ପାନୀର ଦାବି ହେଉଛି, ଏହି ବଟିକା କୋଭିଡ ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତି ହେବାକୁ ୫୦ ପ୍ରତିଶତ କମାଇଦିଏ । ସେହି କୋଭିଡ ରୋଗୀଙ୍କ ମୃତ୍ୟୁ ଆଶଙ୍କା ମଧ୍ୟ ମଲନୁପିରାଭିର ଅଧା କମାଇଦେଇଥାଏ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅକ୍ଟୋବରରେ ବ୍ରିଟେନ ସରକାର କହିଥିଲେ ଯେ, ସେମାନଙ୍କ ପାଖରେ ପ୍ରାୟ ୫ ଲକ୍ଷ ଏହି ବଟିକା ପହଞ୍ଚିସାରିଛି । ଆଉ ଏହାର ଉତ୍ପାଦନ କ୍ଷମତା ବଢ଼ାଯାଉଛି । ତେବେ ଏହି ମଲନୁପିରାଭିର ଭାରତ କେବେ ଆସିବ, ସେନେଇ ସୂଚନା ଆସିପାରି ନାହିଁ ।