ଜନ୍ମ କରାଇଥିବାରୁ ଡାକ୍ତରଙ୍କ ନାମରେ ଅଭିଯୋଗ କଲେ ମହିଳା, ମାମଲା ହାରିବା ପରେ ଡାକ୍ତର ଦେଲେ ୧ କୋଟି ଜରିମାନା

560

କନକ ବ୍ୟୁରୋ : ଆପଣ କେବେ ଶୁଣିଛନ୍ତି କି କୌଣସି ବାଳିକା ନିଜ ତରଫରୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ କରିପାରେ । ହଁ ଏହା ହିଁ ସତ୍ୟ । ବ୍ରିଟେନର ଜଣେ ୨୦ ବର୍ଷିୟା ବାଳିକା ଏଭଳି କରିଛନ୍ତି । ବାଳିକା ଜଣଙ୍କ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ମାମଲା ଦାଖଲ କରିଥିଲେ । ବାଳିକା ଜଣଙ୍କ ଦାବି କରିଛନ୍ତି କି ତାଙ୍କୁ ଜନ୍ମ କରାଇବାର ନଥିଲା । ଡାକ୍ତର ଚାହିଁଥିଲେ ତାଙ୍କ ଜନ୍ମକୁ ରୋକିପାରିଥାନ୍ତେ । ପ୍ରଥମେ ବାଳିକା ଜଣଙ୍କ ଏନେଇ କୋର୍ଟରେ ମାମଲା ଦାଖଲ କରିଥିଲେ ଓ କୋର୍ଟରୁ ବି ବାଳିକାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । କୋର୍ଟ ତାଙ୍କ ରାୟରେ ବାଳିକାକୁ ଜନ୍ମ କରାଇଥିବା ଡାକ୍ତରଙ୍କ ଉପରେ ଭାରତୀୟ ମୁଦ୍ରାରେ ୧ କୋଟି ଟଙ୍କା ଜରିମାନା ଲଗାଇଥିଲେ । ଏହି ଟଙ୍କା ଦିବ୍ୟାଙ୍ଗ ବାଳିକାର ସହାୟତା ପାଇଁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

‘ଦ ସନ’ର ରିପୋର୍ଟ ମୁତାବକ ଶୋଜମ୍ପର ଏଭି ଟମ୍ବସ ନାମକ ଜଣେ ଦିବ୍ୟାଙ୍ଗ ବାଳିକା ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ନାମରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ କି ତାଙ୍କ ମାଙ୍କୁ ଡାକ୍ତର ଉଚିତ ପରାମର୍ଶ ନଦେବାରୁ ସେ ବିକଳାଙ୍ଗ ହୋଇ ଜନ୍ମ ହୋଇଛନ୍ତି । ଏନେଇ ତାଙ୍କୁ ଜନ୍ମ କରାଇଥିବା ଡାକ୍ତର ଫିଲିପ ମିଶେଲଙ୍କୁ ଶୋଜମ୍ପର କୋର୍ଟକୁ ନେଇଥିଲେ । ସେ ଅଭିଯୋଗ କରିଥିଲେ କି ସେ ତାଙ୍କ ମାଙ୍କ ଗର୍ଭରେ ଥିବା ବେଳେ ତାଙ୍କ ମାଙ୍କୁ ଡାକ୍ତର ସଠିକ ପରାମର୍ଶ ଦେଇ ନଥିଲେ ।

ରିପୋର୍ଟ ମୁତାବକ ଏହି ମାମଲାର ଶୁଣାଣି କରି ଜଜ୍ ରେସଲିଣ୍ଡ କୋଏ କ୍ୟୁସି ବୁଧବାର ଦିନ ଲଣ୍ଡନ ହାଇକୋର୍ଟରେ ଐତିହାସିକ ରାୟ ଶୁଣାଇଥିଲେ । ବିଚାରପତି ଏଭିଙ୍କ ସମର୍ଥନରେ ରାୟ ଶୁଣାଇ କହିଥିଲେ କି ଯଦି ଡାକ୍ତର ଏଭିଙ୍କ ମାଙ୍କୁ ସଠିକ ପରାମର୍ଶ ଦେଇଥାନ୍ତେ ତେବେ ଏଭି ବିକଳାଙ୍ଗ ହୋଇ ଜନ୍ମ ହେବାରୁ ରକ୍ଷା ପାଇଯାଇଥାନ୍ତି । ଏନେଇ ସେ ଏଭିଙ୍କୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଏଭିଙ୍କ ମା ବି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ କହିଥିଲେ କି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ କି ଯଦି ତୁମେ ଭଲ ଖାଦ୍ୟ ଖାଉଛ ତେବେ ଫଲିକ ଏସିଡ ନେବା ଦରକାର ପଡିବ ନାହିଁ । ଡାକ୍ତରଙ୍କ ଏହି ପରାମର୍ଶ ପାଇଁ ଫଲିକ ଏସିଡ ନେବା ସେ ବନ୍ଦ କରିଦେଇଥିଲେ ଫଳରେ ତାଙ୍କ ଗର୍ଭରେ ଥିବା ପିଲାଟିର ସ୍ପାଇନାଲ କଡ ଡ୍ୟାମେଜ ହୋଇଯାଇଥିଲା ।