ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟିର ନିଷ୍ପତ୍ତି , ଅଷ୍ଟ୍ରେଲିଆର ବ୍ରିସବେନ ଠାରେ ଅନୁଷ୍ଠିତ ହେବ ୨୦୩୨ ଅଲମ୍ପିକ

215

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନ ଠାରେ ୨୦୩୨ ଅଲମ୍ପିକ ଆୟୋଜିତ ହେବ । ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି ଆଇଓସି ବୁଧବାର ଦିନ ବ୍ରିସବେନକୁ ୨୦୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ ଆୟୋଜିତ କରିବାକୁ ଅଧିକାର ଦେଇଛନ୍ତି । ଆଇଓସି ଅଧିବେଶନରେ ଏଭଳି ନିଷ୍ପତ୍ତିକୁ ବ୍ରିସବେନର ଅଧିକାରୀମାନେ ସ୍ୱାଗତ କରିଛନ୍ତି । ଏହାପରେ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବାଣ ଓ ରୋଷଣୀ ଜାଳି ଏହି ଖୁସି ଖବରକୁ ସ୍ୱାଗତ କରାଯାଇଛି ।

ସୂଚନା ଥାଉ କି ଏହାପୂର୍ବରୁ ୧୯୫୬ ମସିହାରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଓ ୨୦୦୦ ମସିହାରେ ସିଡନୀ ଠାରେ ଅଲମ୍ପିକ୍ ଆୟୋଜନ କରିଥିଲା । ବହୁ ବର୍ଷ ପରେ ପୁଣିଥରେ ଅଷ୍ଟ୍ରେଲିଆରେ ଅଲମ୍ପିକ ଆୟୋଜନ ହେଉଥିବାରୁ ଏହାକୁ ନେଇ ଦେଶର କ୍ରୀଡାବିତ୍ ବେସ୍ ଖୁସି ଅଛନ୍ତି । ଏହାସହ ମେଲବୋର୍ଣ୍ଣ ଓ ସିଡନୀ ପରେ ବ୍ରିସବେନରେ ଦେଶର ତୃତୀୟ ସହର ଭାବେ ଅଲମ୍ପିକ ଆୟୋଜିତ ହେବ ।

କହିରଖୁ କି ୨୦୨୪ ଅଲମ୍ପିକ ପ୍ୟାରିସ୍ ଓ ୨୦୨୮ ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ୨୦୨୦ ଅଲମ୍ପିକ୍ସ ଟୋକିଓ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି କି ‘ଏହା ଆମ ସରକାରର ଗର୍ବ କି ବ୍ରିସବେନ ଠାରେ ୨୦୩୨ ରେ ଅଲମ୍ପିକ ଖେଳ ହେବା ନେଇ ଆଇଓସି ଅନୁମତି ଦେଇଛି’ । ଏହାସହ ଶୃଙ୍ଖଳାର ସହ ଆୟୋଜନ କରିବୁ ବୋଲି ପ୍ରଧାମନ୍ତ୍ରୀ ମରିସନ୍ କହିଛନ୍ତି ।