ଏହି ସମସ୍ୟା ଥିବା ଲୋକଙ୍କୁ ବାଇଗଣ ମନା ।

258

କନକ ବ୍ୟୁରୋ: କିଛି ଲୋକେ ବାଇଗଣର ବିଭିନ୍ନ ରେସିପି ଖାଇବାକୁ ପସନ୍ଦ କରନ୍ତି  । ବିଶେଷ କରି ଶୀତ ଦିନେ ଲୋକେ ପ୍ରାୟତଃ ବାଇଗଣ ପୋଡା ଖାଇବାକୁ ପସନ୍ଦ କରନ୍ତି । ହେଲେ ଜାଣନ୍ତି କି କିଛି ଲୋକଙ୍କ ପାଇଁ ଏହି ପରିବା କିନ୍ତୁ ମନା । କହିବାର ଅର୍ଥ କିଛି ନିର୍ଦ୍ଦିଷ୍ଟ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏହାକୁ ଖାଇବା ଦ୍ୱାରା ଅସୁସ୍ଥତା ସୃଷ୍ଟି ହୋଇପାରେ । ଏହି ସମସ୍ୟା ଗୁଡିକ ହେଉଛି:

ଆଲର୍ଜି: ଯଦି ଶରୀରରେ କୌଣସି ପ୍ରକାର ଆଲର୍ଜି ସମସ୍ୟା ଥାଏ, ତେବେ ବାଇଗଣ ଖାଇବା ଅନୁଚିତ । କାରଣ ଏପରି ଅବସ୍ଥାରେ ବାଇଗଣ ଖାଇଲେ ଆଲର୍ଜି ସମସ୍ୟା ଆହୁରି ଗୁରୁତର ହୋଇଥାଏ । ତେଣୁ ବାଇଗଣ ନଖାଇବା ଭଲ ।

ଡିପ୍ରେସନ୍: ଯଦି କୌଣସି ବ୍ୟକ୍ତି ଡିପ୍ରେସନ୍ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ସେମାନଙ୍କ ପକ୍ଷେ ବାଇଗଣ ଠାରୁ ଦୂରେଇ ରହିବା ଭଲ । ଡିପ୍ରେସନ୍ ଦ୍ୱାରା ପୀଡିତ ବ୍ୟକ୍ତି ଯଦି ଅନେକ ପ୍ରକାରର ଔଷଧ ସେବନ କରୁଥାନ୍ତି ତେବେ  ବାଇଗଣ ଖାଇବା ଦ୍ୱାରା ଏହାର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ସମସ୍ୟା ସୃଷ୍ଟି ହୋଇପାରେ ।

ଅର୍ଶ: ଯେଉଁ ଲୋକଙ୍କର ଅର୍ଶ ସମସ୍ୟା ରହିଛି ସେମାନେ ମଧ୍ୟ ନିଜ ଖାଦ୍ୟ ସାରଣୀରୁ ବାଇଗଣକୁ ଦୂରେଇ ରଖିବା ଉଚିତ । ଏମାନେ ବାଇଗଣ ଖାଇବା ଦ୍ୱାରା ସମସ୍ୟା ଆହୁରି ଜଟିଳ ହୋଇପାରେ ।