୪୦ଟି ପରିବାରର ସାହା ସାଜିଛି ବାଇଗଣ ଚାଷ: ବାର୍ଷିକ ୧ଲକ୍ଷରୁ ୩ଲକ୍ଷ ଯାଏଁ ଦେଉଛି ରୋଜଗାର

Advertisment
୪୦ଟି ପରିବାରର ସାହା ସାଜିଛି ବାଇଗଣ ଚାଷ: ବାର୍ଷିକ ୧ଲକ୍ଷରୁ ୩ଲକ୍ଷ ଯାଏଁ ଦେଉଛି ରୋଜଗାର

କନକ ବ୍ୟୁରୋ: ବାଇଗଣ ଚାଷ କରିଛି ସ୍ୱାବଲମ୍ବୀ । ରିଆମାଳ ବ୍ଲକର ଚାଷୀ ଧାନ ସମେତ ଡାଲି ଜାତୀୟ ଶସ୍ୟ ଓ ଫଳ ଚାଷ କରି ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିପାରିଥିବା ବେଳେ ଏବେ ପନିପରିବା ଉତ୍ପାଦନରେ ମଧ୍ୟ ଶୀର୍ଷ ଆଡକୁ ବଢିଛନ୍ତି । ରିଆମାଳ ବ୍ଲକ ତାରଙ୍ଗ ପଂଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମବାସୀ ବାଇଗଣ ଚାଷ କରି ଅଂଚଳରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ।

୪୦ ପରିବାର ବିଶିଷ୍ଟ ଏହି ଗ୍ରାମର ସମସ୍ତ ପରିବାର ବାଇଗଣ ଚାଷ କରି ଆତ୍ମ-ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ପରିବାର ବାଇଗଣ ଚାଷରୁ ବାର୍ଷିକ ସର୍ବନିମ୍ନ ୧ଲକ୍ଷ ଟଙ୍କାରୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଗ୍ରାମର ଚାଷୀ ପ୍ରକାଶ କରିଛନ୍ତି ।

ନିଜସ୍ୱ ଖର୍ଚ୍ଚ ରୁ ମଂଞ୍ଜି କିଣା ଠାରୁ ଚାରା ପ୍ରସ୍ତୁତି ଓ ଚାରା ରୋପଣ ଠାରୁ ଫଳ ଉତ୍ପାଦନ ପର୍ଯ୍ୟନ୍ତ ମାସିକ ପ୍ରାୟ ୬ହଜାର ଟଙ୍କା ଔଷଧ ଓ ସାର ଆଦି କିଣାକିଣିରେ ଖର୍ଚ୍ଚ ହେଉଥିବା ବେଳେ ୩ ମାସ ପରେ ସେମାନଙ୍କ ପରିଶ୍ରମର ଫଳ ମିଳିଥାଏ । ଗ୍ରାମର ଚାଷୀ ମାନେ ସର୍ବନିମ୍ନ ୧ ହଜାରରୁ ସର୍ବାଧିକ ୩ ହଜାର ପର୍ଯ୍ୟନ୍ତ ଚାରା ରୋପଣ କରୁଥିବା ବେଳେ ଗୋଟିଏ ଗଛ ରୁ ହାରାହାରି ୧୫ କେଜି ବାଇଗଣ ଉତ୍ପାଦନ ହୋଇଥାଏ ।

ବାଇଗଣ ଚାଷ କରି ଗ୍ରାମର ପ୍ରତ୍ୟେକ ପରିବାର ଖୁସି ଥିବା ବେଳେ ପରିବାର ସମସ୍ତ ସଦସ୍ୟ ପାଳି କରି ଔଷଧ ସିଂଚନ ଠାରୁ ଘାସ ବଛା ଏବଂ ଅମଳ ବେଳେ ଗଛରୁ ବାଇଗଣ ତୋଳିବା କାର୍ଯ୍ୟରେ ନିଜ କୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବା ସହ ନିଜ ପରିବାର ପ୍ରତିପୋଷଣରେ ସହାୟକ ହେଉଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ କୈାଣସି ମଣ୍ଡିର ସୁବିଧା ନ ଥିବାରୁ ଜିଲ୍ଲା ବାହାରର ବେପାରୀ ଜିଲ୍ଲା ଚାଷୀଙ୍କ ଠାରୁ ଉତ୍ପାଦିତ ବାଇଗଣ କୁ ୩ରୁ୫ ଟଙ୍କା ଦରରେ ଖରିଦ କରୁଥିବା ବେଳେ ଚାଷୀ ମଧ୍ୟ ଦେବାକୁ ବାଧ୍ୟ ହେଉଥିବା ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଉକ୍ତ ଅଂଚଳର ଚାଷୀ ଙ୍କୁ କୃଷି ବିଭାଗ ସହାୟତାରେ ବୈଜ୍ଞାନିକ ପଦ୍ଧତିରେ ବାଇଗଣ ଚାଷ କରିବାର ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ କରାଇଲେ ଚାଷୀ ମାନେ ସେମାନଙ୍କ ଉତ୍ପାଦନ କ୍ଷମତା କୁ ବଢାଇ ପାରନ୍ତେ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe