କନକ ବ୍ୟୁରୋ : ଓଡିଶାକୁ ନୂଆ ଟେକ୍ନୋଲୋଜି ଆଣିବା ନେଇ ମିତ୍ତଲଙ୍କ ଘୋଷଣା । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ.ଏନ ମିତ୍ତଲଙ୍କ ଘୋଷଣା କରିଛନ୍ତି । ନବୀନଙ୍କ ନେତୃତ୍ୱରେ ଓଡିଶାର ଭବିଷ୍ୟତ ଉଜ୍ଜ୍ୱଳ ।  ଓଡିଶାରେ ଶିଳ୍ପ ସ୍ଥାପନରେ ପ୍ରତିବନ୍ଧକ ନାହିଁ । ଓଡିଶାର ଭିଜନକୁ ନେଇ ଆମେ ଗର୍ବିତ । ଓଡିଶା ହେଉଛି ଦେଶର ସବୁଠୁ ଅର୍ଥନୈତିକ ମଜଭୁତ ରାଜ୍ୟ ।

Advertisment

ଭୁବନେଶ୍ୱରର ଜନତା ମଇଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ । କନକ୍ଲେଭର ଦ୍ୱିତୀୟ ଦିନରେ ଶିଳ୍ପ କ୍ଷେତ୍ରରେ ବିପ୍ଳବ ଆଣିଥିବା ଶିଳ୍ପପତିଙ୍କୁ ନେଇ ଚାଲିଛି ସ୍ୱତନ୍ତ୍ର ଅଧିବେଶନ ‘ପ୍ଲେନାରୀ ସେସନ’ । ପ୍ଲେନାରୀ ସେସନରେ ଭାଗ ନେଇ ମତ  ଦେଇଛନ୍ତି ଦେଶର ବଛାବଛା ଶିଳ୍ପପତି । ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପନୀତିକୁ ପ୍ରଶଂସା କରିଛନ୍ତି ଶିଳ୍ପପତି ।

ଏଥିସହ ଓଡ଼ିଶାରେ ନିବେଶ କରିବା ପାଇଁ ଘୋଷଣା କରି ନୂଆ ଆଶା ଦେଖାଇଛନ୍ତି । ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି, ଓଡ଼ିଶାରେ ସରକାର ସ୍ଥିର ଅଛି । ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛନ୍ତି ସଜ୍ଜନ । ଏଥିସହ କହିଛନ୍ତି, ବଡ଼ ବଡ଼ ଶିଳ୍ପ ଆସିଲେ, ଛୋଟ ଛୋଟ ଶିଳ୍ପ ଗଢ଼ି ଉଠିବ ।