ଗ୍ୟାସ୍ ଉପଭୋକ୍ତାଙ୍କୁ ମିଳିଥାଏ ୫ଟି ବଡ ଅଧିକାର: ଯଦି ନିଜେ ଯାଇ ଭରନ୍ତି ସିଲିଣ୍ଡର ତେବେ ତୁରନ୍ତ ମିଳିବ ଟଙ୍କା ଫେରସ୍ତ; ପଇସା ଦେବାକୁ ମନା କଲେ ରଦ୍ଦ ହେବ ବିତରକ ସଂସ୍ଥାଙ୍କ ଲାଇସେନ୍ସ

ନଷ୍ଟ କି ଚୋରି ହୋଇଗଲେ ରେଗୁଲେଟର, ମାଗଣାରେ ନୂଆ ରେଗୁଲେଟର ଦେବାକୁ ଏଜେନ୍ସି ବାଧ୍ୟ

997

କନକ ବ୍ୟୁରୋ: ବର୍ତ୍ତମାନ ଦେଶର ପ୍ରାୟ ଅଧାରୁ ଅଧିକ ଲୋକ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାର ନଜୀର ରହିଛି । କିନ୍ତୁ ଗ୍ୟାସ୍ କନେକ୍ସନ ନେବା ପରେ ଏଥିରେ ମିଳୁଥିବା ଲାଭକୁ ଆଜି ମଧ୍ୟ ଅଧିକାଂଶ ଲୋକେ ଅଜ୍ଞାତ ଅଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଗ୍ୟାସ୍ ବିତରକ ସଂସ୍ଥାର ମାଲିକ । ତେବେ ଏପ୍ରକାର ଠକେଇରୁ ବର୍ତିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ନିୟମ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କୁ ନା କେବଳ ସତର୍କ କରାଇବ ବରଂ ଖର୍ଚ୍ଚାନ୍ତରୁ ମଧ୍ୟ ରକ୍ଷା କରିବ ।

ଗୋଦାମରୁ ସିଲିଣ୍ଡର ନେଲେ ଟଙ୍କା ଫେରସ୍ତ

ଆପଣ ଯେଉଁ ଏଜେନ୍ସିର କନେକ୍ସନ ନେଇଥାଉ ନା କାହିଁକି । ଯଦି ଆପଣ ଘରକୁ ଗ୍ୟାସ୍ ଡେଲିଭରୀ ନ କରି ନିଜେ ସିଧା ଗୋଦାମରୁ ଯାଇ ସିଲିଣ୍ଡର ଆଣନ୍ତି । ତେବେ ଏଜେନ୍ସି ପକ୍ଷରୁ ଆପଣଙ୍କୁ ୧୯ଟଙ୍କା ୫୦ ପଇସା ଫେରସ୍ତ ମିଳିବ । କୌଣସି ବି ବିରତକ ସଂସ୍ଥା ଏହି ଟଙ୍କା ଗ୍ରାହକଙ୍କୁ ଫେରାଇବା ପାଇଁ ମନା କରିପାରିବେ ନାହିଁ । ତେବେ ଏହି ଟଙ୍କା ଉପଭୋକ୍ତାଙ୍କଠୁ ସିଲିଣ୍ଡର ବୁକ୍ ସମୟରେ ଡେଲିଭରୀ ଚାର୍ଜ ବାବଦକୁ ନିଆଯାଇଥାଏ ।

ଗୋଟିଏ ଅଭିଯୋଗରେ ଲାଇସେନ୍ସ ରଦ୍ଦ !

କୌଣସି ବି ଏଜେନ୍ସି ମାଲିକ ଆପଣଙ୍କୁ ଏହି ଟଙ୍କା ଦେବାକୁ ମନା କରିପାରିବେ ନାହିଁ । କିନ୍ତୁ ଯଦି କେହି ଏଭଳି କରନ୍ତି ତେବେ ଆପଣ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ରେ କଲ୍ କରି ସଂପୃକ୍ତ ଏଜେନ୍ସି ନାଁରେ ଅଭିଯୋଗ କରିପାରିବେ ।

ମାଗଣାରେ ବଦଳାଇପାରିବେ ରେଗୁଲେଟର

ଯଦି ଆପଣଙ୍କ ଏଲପିଜି ରେଗୁଲେଟର ଲିକ୍ ଅଛି । ତେବେ ଆପଣ ଏହାକୁ ଏଜେନ୍ସି ପାଖରେ ମାଗଣାରେ ବଦଳାଇପାରିବେ । ଏଥିପାଇଁ ଆପଣଙ୍କ ନିକଟରେ ସଂପୃକ୍ତ ଏଜେନ୍ସିର ସବସ୍କ୍ରିପସନ ଭାଉଚର ଥିବା ଜରୁରୀ । ଏଥି ସହିତ ହିଁ ଆପଣଙ୍କୁ ଲିକ୍ ରେଗୁଲେଟରକୁ ବି ସାଥିରେ ନେଇ ଯିବାକୁ ପଡିବ । ତେବେ ସବସ୍କ୍ରିପସନ ଭାଉଚର ଏବଂ ରେଗୁଲେଟର ନମ୍ବରକୁ ମ୍ୟାଚ୍ କଲା ପରେ ଯାଇ ଆପଣ ରେଗୁଲେଟର ଚେଂଜ କରିପାରିବେ । ଏଥିପାଇଁ କୌଣସି ଚାର୍ଜ ଲାଗି ନଥାଏ ।

ନଷ୍ଟ ହୋଇଗଲେ ବି ମିଳିବ ନୂଆ ରେଗୁଲେଟର

ଯଦି ଆପଣଙ୍କ ଗ୍ୟାସ ରେଗୁଲେଟର କୌଣସି କାରଣରୁ ନଷ୍ଟ ହୋଇଯାଇଛି । ତେବେ ଏଭଳି ପରିସ୍ଥିତିରେ ବି ଏଜେନ୍ସ ତରଫରୁ ଏହାକୁ ବଦଳା ଯାଇପାରିବେ ।  କିନ୍ତୁ ଏଥିପାଇଁ ବିରତକ ସଂସ୍ଥା ମାଲିକ କଂପାନୀ ପ୍ଲାନ ହିସାବରେ ୧୫୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇପାରେ ।

ରେଗୁଲେଟର କହିବ କେବେ ସରିବ ଗ୍ୟାସ୍?

ତେବେ ରେଗୁଲେଟର ହଜି ଗଲେ ଆପଣ ୨୫୦ ଟଙ୍କା ଜମା କରି ଏଜେନ୍ସିଠାରୁ ନୂଆ ରେଗୁଲେଟର ନେଇପାରିବେ । ମାତ୍ର ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ବଜାରକୁ ଏବେ Multifunction Gas Regulator ଆସିଛି । ଏହି ରେଗୁଲେଟର ସାହାଯ୍ୟରେ ଗ୍ୟାସ ଟାଙ୍କିରେ କେତେ ଗ୍ୟାସ୍ ବଂଚିଛି  ତାହା ଆପଣ ସହଜରେ ଜାଣିପାରିବେ । ତେବେ ଏହି ରେଗୁଲେଟରର ଓାରେଂଟି ରହିଛି ଲାଇଫ୍ ଟାଇମ୍ । କିନ୍ତୁ manufacturing  ସମସ୍ୟା  ଦେଖାଦେଲେ ଆପଣ ଏହାକୁ ମାଗଣାରେ ବି ବଦଳାଇପାରିବେ ।