ଭାରତୀୟ ହକି ଦଳର ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ । ଟ୍ୱିଟ୍ କରି ଇଂରାଜୀରେ ଲେଖିଲେ ‘ବ୍ରିଲିଆଣ୍ଟ ଇନ୍ ବ୍ଲୁ’

154

ଭାରତୀୟ ହକି ଦଳର ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ । ଟ୍ୱିଟ୍ କରି ଇଂରାଜୀରେ ଲେଖିଲେ ବ୍ରିଲିଆଣ୍ଟ ଇନ୍ ବ୍ଲୁ । ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଲା ଭାରତ । ଐତିହାସିକ ବିଜୟ ଆଗାମୀ ପିଢି ପାଇଁ ପ୍ରେରଣା ଦେବ । ଖେଳାଳିଙ୍କ ଆଗାମୀ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ । ସେପଟେ ଭାରତର ବିଜୟ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ଭାରତର ବିଜୟକୁ ନେଇ ଆମେ ଗର୍ବିତ । ଏହି ଐତିହାସିକ ବିଜୟକୁ ଦେଶବାସି ସବୁଦିନ ପାଇଁ ମନେ ରଖିବେ । 

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ୪୧ ବର୍ଷ ପରେ ଅଲିମ୍ପିକ୍ସରୁ ଆସିଲା ମେଡାଲ । ବ୍ରୋଂଜ ମେଡାଲ ନିଜ ନାଁରେ କରିଛି ଭାରତୀୟ ପୁରୁଷ ହକି ଦଳ । ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୫-୪ରେ ହରାଇ ଭାରତୀୟ ଦଳ ଇତିହାସ ରଚିଛି । ଯାହାକୁ ନେଇ ସାରା ଦେଶ ଏବେ ଉତ୍ସବ ମନାଉଓଛି ।