କନକ ବ୍ୟୁରୋ : ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣା । କନକ ନ୍ୟୁଜକୁ ଡିଆଇଡି ବ୍ରିଜେଶ ରାଏଙ୍କ ପ୍ରତିକ୍ରିୟା । ସେ ଏଠାରେ କାମ କରୁଥିଲେ, କୌଣସି ଅସୁବିଧା ତାଙ୍କର ନଥିଲା ବେଳେ ବେଳେ ବ୍ୟକ୍ତିଗତ ଜୀବନରେ ସେ ଅନ୍ୟମନସ୍କ ରହୁଥିଲେ ।  ବଡ଼ଝିଅର ସମସ୍ୟା ଓ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଚିନ୍ତିତ ରହୁଥିଲେ ।  ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ସେ ବିଚଳିତ ଥିଲେ, ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଇଥିଲା ।  ତାଙ୍କ ମନରେ କ'ଣ ଥିଲା କହି ହେବନି ।

Advertisment

ସେ ହଠାତ ଫେରୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାଙ୍କୁ କେହି ଉସକାଇକି ଏଭଳି କରାଉଥିବା ଜଣାପଡିଛି । କୌଣସି ପ୍ରକାରର ନିର୍ଯ୍ୟାତନା ଦିଆଯାଇନଥିଲା ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ ।  ସେ କେବେବି କୌଣସି ପ୍ରକରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆରଆଇ ପାଖରେ ଅଭିଯୋଗ କରି ନାହାନ୍ତି । ଆମେ ତାଙ୍କର ଯାହାବି ଅସୁବିଧା ହୋଇଛି ସେଥିପାଇଁ ଦୁଃଖ ପ୍ରକାଶ କରୁଛୁ । ସେ ଖୁବଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଡ଼ିଆଇଜି ବ୍ରିଜେଶ ରାୟ କହିଛନ୍ତି ।

ତେବେ ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡାର ସୈରିଦ୍ରୀ ସାହୁ । ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସେ ଲେଖିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି । ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ ।

କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି । ଟ୍ରେନ୍ ଲାଇନ୍ରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଞ୍ଚି ଯାଇଥିଲେ । ହେଲେ ସବୁ ଦିନ ପାଇଁ ସେ ତାଙ୍କ ଗୋଡ ହରାଇ ଦେଇଛନ୍ତି ।