କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୫ ହଜାର ଟଙ୍କାର ନିଜ ମୁଚାଲିକା ରଖି କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତି ।

Advertisment

ସୂଚନା ଥାଉକି ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ କିଛି ମହିଳା କୁସ୍ତିଯୋଦ୍ଧା । ଏନେଇ ଦିଲ୍ଲୀ ପୋଲିସ ନିକଟରେ ସେମାନେ ଅଭିଯୋଗ କରିବା ସହ ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବିରେ ୨ମାସରୁ ଅଧିକ ସମୟ ଧରି ସେମାନେ ଧାରଣାରେ ବସିଥିଲେ । ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ ଅନେକ କୁସ୍ତିଯୋଦ୍ଧା ୨ମାସ ଧରି ଦିଲ୍ଲୀରେ ଧାରଣା ଦେବା ପରେ ସରକାରଙ୍କ ଆଶ୍ୱାସନା ପାଇଁ ଧାରଣା ଭଙ୍ଗ କରିଥିଲେ ।