କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ବ୍ରିଜଭୂଷଣଙ୍କ ଉପରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗରେ ଦିଲ୍ଲୀ କୋର୍ଟ ବ୍ରିଜଭୂଷଣଙ୍କୁ ନୋଟିସ ଜାରି କରିଛି । କେବଳ ବ୍ରିଜଭୂଷଣ ନୁହଁନ୍ତି ବିନୋଦ ତୁମରଙ୍କୁ ବି କୋର୍ଟ ନୋଟିସ କରିଛି । ୬ଜଣ ସାବାଳିକା ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ଅଣାଯାଇଥିବା ଅଭିଯୋଗ ଉପରେ ଚାର୍ଜସିଟ୍ ଦାଖଲ ହୋଇଛି । ପୋଲିସ ତରଫରୁ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସହ ଜଡିତ ଆଇପିସିର ଧାରା ୩୫୪, ୩୫୪ (କ) ଓ ୩୫୪ (ଡି) ଧାରା ଲଗାଇଛି । ସେହିଭଳି ଅଭିଯୁକ୍ତ ବିନୋଦ ତୋମରଙ୍କ ବିରୋଧରେ ଆଇପିସିର ଧାରା ୧୦୯, ୩୫୪, ୩୫୪ (କ) ଓ ୫୩୬ ଧାରା ଲଗାଇ ଚାର୍ଜସିଟ୍ ଦାଖଲ କରିଛି ।

Advertisment

ସେପଟେ ବ୍ରିଜଭୂଷଣଙ୍କ ବିରୋଧରେ ପୋଲିସ ଯେଉଁ ଧାରାରେ ଚାର୍ଜସିଟ୍ ଦାଖଲ କରିଛି । ସେହି ଧାରା ୩୫୪ ଧାରାରେ ବ୍ରିଜଭୂଷଣଙ୍କୁ ୫ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ଓ ଏହା ଏକ ଜାମିନ ବିହୀନ ଧାରା । ୩୫୪ (ଏ) ମୁତାବକ ସର୍ବାଧିକ ୧ବର୍ଷ ଜେଲଦଣ୍ଡ ଓ ଏଥିରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବ । ସେହିଭଳି ଧାରା ୩୫୪ (ଡି) ମୁତାବକ ସର୍ବାଧିକ ୫ବର୍ଷ ଜେଲଦଣ୍ଡ ଓ ଏହା ଧାରାରେ ଅଭିଯୁକ୍ତ ଜାମିନ ଆବେଦନ କରିପାରିବ ।