କନକ ବ୍ୟୁରୋ : ମହିଳା ରେସଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ କୋର୍ଟ ଦ୍ୱାରା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି । ଗୃହ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ଜାମିନ ଆବେଦନକୁ ବିରୋଧ କରିନଥିଲା । ଏହା ପରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ପ୍ରଦାନ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂଙ୍କ ଆବେଦନକୁ ବିରୋଧ କରି କୁସ୍ତିଯୋଦ୍ଧାଙ୍କ ପକ୍ଷ ରଖିଥିବା ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବ୍ରିଜଭୂଷଣ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ସେ ଏହି ମାମଲାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି । ଅଭିଯୋଗକାରୀ କିମ୍ବା ସାକ୍ଷୀଙ୍କ ସହ ବ୍ରିଜଭୂଷଣ ଯୋଗାଯୋଗ ନକରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି କୁସ୍ତିଯୋଦ୍ଧାଙ୍କ ଓକିଲ କହିଛନ୍ତି ।

Advertisment