କନକ ବ୍ୟୁରୋ: ସାନ୍ତାଳୀ ଚିତ୍ରରେ ଝଲସିଲା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି । ମୟୂରଭଂଜର ବିଭିନ୍ନ ବ୍ଲକରୁ ୩୦ ଜଣ ମହିଳା ସାନ୍ତାଳୀ ଚିତ୍ରକାର ଯୋଗଦେଇ ଆଙ୍କିଲେ ପାରମ୍ପାରିକ ସାନ୍ତାଳୀ ଚିତ୍ର । ଆଦିବାସୀ ସାନ୍ତାଳୀ ଚିତ୍ରକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ଉପରବେଢ଼ା ଓ କର୍ମଭୂମି ପାହାଡ଼ପୁର ଗାଁର କାନ୍ଥରେ ପ୍ରଥମ ସାନ୍ତାଳୀ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲ । ମୟୂରଭଂଜ ରାଜବଂଶର ମହାରାଣୀ ରଶ୍ମିରାଜ ଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାର ଉଦଘାଟନ କରିଥିଲେ ।
ମହାମହିମଙ୍କ ଜନ୍ମମାଟିରେ ଝଲସିଲା ସାନ୍ତାଳୀ ଚିତ୍ର, ଯୋଗଦେଲେ ୩୦ରୁ ଅଧିକ ମହିଳା ଚିତ୍ରଶିଳ୍ପୀ।
/kanak/media/post_attachments/wp-content/uploads/2022/10/vlcsnap-2022-10-31-19h26m01s256.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)