ବର୍ଷାରେ ଭାସିଗଲା ବ୍ରିଜ୍ ; ଜନଜୀବନ ଅସ୍ତବ୍ୟସ୍ତ, ବଲାଙ୍ଗୀର ଖୁଜେନପାଲି ଅଞ୍ଚଳ ଲୋକଙ୍କ ଦୁଃଖ

Advertisment
ବର୍ଷାରେ ଭାସିଗଲା ବ୍ରିଜ୍ ; ଜନଜୀବନ ଅସ୍ତବ୍ୟସ୍ତ, ବଲାଙ୍ଗୀର ଖୁଜେନପାଲି ଅଞ୍ଚଳ ଲୋକଙ୍କ ଦୁଃଖ

କନକ ବ୍ୟୁରୋ: ବଲାଙ୍ଗୀର ଖୁଜେନପାଲି ବାବା ମଠ ରାସ୍ତାରେ ଭାସିଗଲା ଅସ୍ଥାୟୀ ବ୍ରିଜ। ଲଗାଣ ବର୍ଷାରେ ଲକ୍ଷ୍ମୀଜୋର ନାଳରେ ପ୍ରବଳ ପାଣି ଆସିବାରୁ ଭାସିଗଲା ବ୍ରିଜ। ଫଳରେ ସହରରୁ ବିଛିନ୍ନ ହୋଇଛନ୍ତି ୧୫ ଶହରୁ ଅଧିକ ଲୋକ। ଏପରିକି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ବିଶେଷ ପ୍ରଭାବିତ ହୋଇଛନ୍ତି। ନୂତନ ବ୍ରିଜ କାମ ବର୍ଷା ଆରମ୍ଭ ହେବା ଆଗରୁ ସରିଯିବା କଥା। କିନ୍ତୁ ଏବେବି କାମ ଚାଲିଛି। ସ୍ଥାନୀୟ ଲୋକେ ଏଥିପାଇଁ ଠିକାଦାରକୁ ଦାୟୀ କରିଛନ୍ତି। ସେହିପରି ନିର୍ମାଣ ଧୀନ ବ୍ରିଜ ପାଖରେ ଥିବା ଆଉ ଏକ ମାଟି ପୋଲ ମଧ୍ୟ ବର୍ଷାରେ ଭାସି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe