‘କାଳକ’ ଦୁଃଖ ବୁଝିଲେ ସରକାର । ଅପହଞ୍ଚ ଇଲାକାରେ ପହଁଚିବ ସବୁ ସୁବିଧା, ଦ୍ୱିପାଂଚଳର ଦୁଃଖ ଦୂର କରିବ ‘କାଳକ ବିଜୁସେତୁ’ ।

Advertisment
‘କାଳକ’ ଦୁଃଖ ବୁଝିଲେ ସରକାର । ଅପହଞ୍ଚ ଇଲାକାରେ ପହଁଚିବ ସବୁ ସୁବିଧା, ଦ୍ୱିପାଂଚଳର ଦୁଃଖ ଦୂର କରିବ ‘କାଳକ ବିଜୁସେତୁ’ ।

କନକ ବ୍ୟୁରୋ: କାହିଁ କେଉଁ କାଳରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲା ନିଆଳୀର ଅପହଁଚ ଦ୍ବୀପାଞ୍ଚଳ କାଳକ ମୌଜାକୁ ଗମାନାଗମନ ସମ୍ବବ କରିବାକୁ ଯୋଗାଇ ଦେଇଛନ୍ତି ଆବଶ୍ୟକୀୟ ଅର୍ଥ। ଆଉ ନିର୍ମାଣ ପଥେ ଆଗେଇ ଚାଲିଛି କାଳକ ବିଜୁ ସେତୁ।

କାଳକ ବିଜୁସେତୁ ହେଲେ ଦ୍ୱିପାଂଚଳର ବିକାଶ ହେବ । କାରଣ କନ୍ଦଳ ନଦୀ ଉପରେ ହାଇଲେଭୁଲ ବ୍ରିଜ ନିର୍ମାଣ ଚାଲିଛି। ଯେଉଁ ଗାଁ ଦିନେ ବ୍ଲକ ହେଡକ୍ବାର୍ଟର ଠାରୁ ଅପହଁଚ ଥିଲା ସେ ଗାଁ ଏବେ ନିକଟ ହେବ। ଆଗରୁ କାଳକ ବାସୀ ନିଜ ବ୍ଲକ ହେଡକ୍ବାର୍ଟରକୁ ଯିବାକୁ ହେଲେ ବିପଦପୂର୍ଣ ନଦୀ ପାରି ହୋଇ ଯାତାୟତ କରୁଥିଲେ। ଏବେ ବ୍ରିଜ ହେବା ପରେ ଅନେକ ଦୁଃଖ ଦୂର ହେବ ବୋଲି କହିଛନ୍ତି କାଳକ ଗ୍ରାମବାସୀ ।

ବିଜୁ ସେତୁ ନିର୍ମାଣ ହେଲେ କନ୍ଦଳ ନଦୀରେ ଆଉ ଚାଲିବ ନାହିଁ କାଠ ଡଙ୍ଗା । ବିପଦପୂର୍ଣ୍ଣ ନୌକା ଯାତ୍ରାର ଅବସାନ ଘଟି ପୋଲ ଉପରେ ଗଡିବ ଗାଡି । ଆଉ ମାତ୍ର ୮ କିଲୋମିଟର ରାସ୍ତା ଅତିକ୍ରମ କରି ନିଆଳି ବଜାରରେ ପହଂଚି ପାରିବେ ଦ୍ୱିପାଂଚଳ ବାସୀ । ଏହାସହ ନିଆଳିର କାଳକ, ଏକବରୁଆଁ, ପହଙ୍ଗା ଭଳି ପ୍ରାୟ ୧୦ଟି ଗାଁ ବିଜୁ ସେତୁ ଦ୍ୱାରା ଉପକୃତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe