ନଈ ପାର ହେବାକୁ ଦଉଡ଼ି ସାହା ! ବିନା ନାଉରୀରେ ବିପଦସଙ୍କୁଳ ଭାବେ ନଦୀ ପାର କରୁଛନ୍ତି ଲୋକେ

48

କନକ ବ୍ୟୁରୋ : ଖଣ୍ଡେ ଦଉଡି ସାହାର୍ଯ୍ୟରେ ନଈ ପାର । ବିପଦ ସଙ୍କୁଳ ଭାବରେ ଜୁଆରିଆ ଏବଂ କୁମ୍ଭୀର ଥିବା ନଦୀରେ ଦଉଡି ସାହାଯ୍ୟରେ ଚାଲିଛି ଡଙ୍ଗା । ପ୍ରତିଦିନ ଲୋକଙ୍କ ଯାତାୟାତ ପାଇଁ ଏହି ଦଉଡି ପାଲଟିଛି ଭରସା । ଡଙ୍ଗାରେ ନା ଅଛି କୌଣସି ସୁରକ୍ଷା ଉପକରଣ ନା ଓଭର ଲୋଡିଙ୍ଗର କଟକଣା ସବୁ ଜାଣି ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । କିନ୍ତୁ କୌଣସି ଅଘଟଣ ଘଟିଲେ ଯାଇଁ ପ୍ରଶାସନର ନିଦ ଭାଙ୍ଗିବ ।

ବିନା ନାଉରୀରେ ଜୀବନକୁ ପାଣି ଛଡ଼ାଇ ଡଙ୍ଗାରେ ପାରି ହେଉଛନ୍ତି ଲୋକେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା-ଚଣ୍ଡିଆପଲ୍ଲି ଫେରିଘାଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜୀବନକୁ ବାଜି ଲଗାଇ ଜୀବିକା ପାଇଁ ନଦୀ ପାର ହେଉଛନ୍ତି ଲୋକୋ । ନଦୀ ପାର ହେବାକୁ ପ୍ରତ୍ୟେକ ଦିନ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡୁଛି । ଡଙ୍ଗାରେ ନାଉରୀ ବଦଳରେ ଦଉଡି ଧରି ନଦୀ ପାର ହେଉଛନ୍ତି ଯାତ୍ରୀ । । ମହାକାଳପଡା ବ୍ଲକ ନିକଟରୁ ମାତ୍ର ୧ କିଲୋମିଟର ଦୁରରେ ଗୋବରୀ ନଦୀରେ ଥିବା ଏହି ଘାଟରେ ପ୍ରତିଦିନ ଜୀବନକୁ ପାଣି ଛଡାଇ ଏଭିଳି ଯାତାୟାତ କରିଥାନ୍ତି ।

ନଦୀ ଆରପଟରେ ଥିବା ବ୍ଲକ କାର୍ଯ୍ୟାଳୟ , ମେଡିକାଲ , ପୋଷ୍ଟ ଅଫିସକୁ ଯିବାକୁ ନଦୀର ଏପଟରୁ ସେପଟକୁ ଗଛରେ ବନ୍ଧା ହୋଇଛି ଏକ ଦଉଡି । ଆଉ ଏହି ଦଉଡିକୁ ଧରି ଟାଣି ଟାଣି ନାଉରିଆ ଯାତ୍ରି ମାନଙ୍କୁ ପାରି କରିଥାଏ । କେବଳ ଯାତ୍ରୀ ନୁହଁନ୍ତି ଗାଡି ମଟର ମଧ୍ୟ ପାର କରାଯାଇଥାଏ । ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ୨୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ସେପଟେ ଏବର୍ଷ ନିଲାମ ଦେଲା ବେଳେ ଏନେଇ ଧ୍ୟାନ ଦେବୁ ବୋଲି କହିଛନ୍ତି ମହାକଳାପଡା ବିଡିଓ ।

ଏହି ଫେରିଘାଟରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଛି । ବିପଦ ସଂଙ୍କୁଳ ଅବସ୍ଥାରେ ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।